ବୌଦ୍ଧ : ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଖରିଫ ଋତୁ ଆରମ୍ଭରେ ବୌଦ୍ଧ ଜିଲ୍ଲାରେ ମରୁଡ଼ି ସ୍ଥିତି ଦେଖା ଦେଇଥିଲା। ବର୍ଷା ହେବାର ପ୍ରାୟ ଦେଢ଼ ମାସ ପରେ ଚାଷକାମ ଆରମ୍ଭ ହୋଇଥିଲା। ତେବେ ହରଭଙ୍ଗା ବ୍ଲକ୍ର ଅଧିକାଂଶ ଅଞ୍ଚଳରେ ଅପେକ୍ଷାକୃତ କମ୍ ବୃଷ୍ଟିପାତ ହେବା ଯୋଗୁଁ ସ୍ଥିତି ଚିନ୍ତାଜନକ ଥିଲା। ନାହିଁ ମାମୁଠାରୁ କଣା ମାମୁ ଭଲ ନ୍ୟାୟରେ ଲୋକେ ଡେରିରେ ଧାନ ଚାଷ କରିଥିଲେ। ତେବେ ଧାନ ଅମଳ ହେବା ପୂର୍ବରୁ ମାଡ଼ି ଆସିଲା ସାମୁଦ୍ରିକ ବାତ୍ୟା ‘ଜୱାଦ’। ପୂର୍ବରୁ ପବନରେ ଧାନ ଗଛ ନଇଁ ପଡ଼ିବା ପରେ ବର୍ଷା ଯୋଗୁଁ ବିଲରେ ପାଣି ଜମା ହୋଇ ରହିଛି। ପାଚିଲା ଧାନ ବିଲରେ ହିଁ ଗଜା ହୋଇଯାଇଥିବା ଦେଖାଯାଇଛି। ଏଭଳି ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମର ଖଗେଶ୍ବର ସେଠୀ, ଶମ୍ଭୁ ସାହୁ, ସ୍ବାଧୀନ ସେଠୀଙ୍କ ସହ ଅନ୍ୟ ଚାଷୀ। ଚାଷ କରି ଖର୍ଚ୍ଚାନ୍ତ ହେବା ପରେ ଫସଲ ଉଜୁଡ଼ି ଯାଇଥିବାରୁ ଚିନ୍ତାରେ ରହିଛନ୍ତି ଚାଷୀ। ଜିଲ୍ଲା ପ୍ରଶାସନ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି।
ମରୁଡ଼ି ପରେ ଦାଉ ସାଧିଲା ‘ଜୱାଦ’, ଅମଳ ପୂର୍ବରୁ ଗଛରେ ଗଜା ହେଲା ଧାନ; ଚିନ୍ତାରେ ଚାଷୀ
/sambad/media/post_attachments/wp-content/uploads/2021/12/paddy-ffff-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)