ଚମ୍ପୁଆ : ଚମ୍ପୁଆ ବ୍ଲକରେ ହାତୀ ଉପଦ୍ରବ ଯୋଗୁଁ ସ୍ଥାନୀୟ ଅଧିବାସୀ ଅତିଷ୍ଠ ହୋଇପଡ଼ିଛନ୍ତି। ସଂଜ ନଇଁଲେ ହାତୀପଲ ଗାଁ ମୁହାଁ ହେଉଥିବା ବେଳେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି। କାଟିଲିକେନା ଗ୍ରାମରେ ଗତ ୩ ଦିନ ହେବ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି।
/sambad/media/post_attachments/wp-content/uploads/2022/06/champua-2-300x185.jpg)
କିଛି ଦିନ ପୂର୍ବରୁ ଏକ ହାତୀ ପଲ ମୟୂରଭଞ୍ଜ ଅଞ୍ଚଳରୁ ଆସି ଏଠାରେ ଡେରା ପକାଇଛନ୍ତି। ସେମାନେ ସଂଜ ହେବା ମାତ୍ରେ ଜଙ୍ଗଲରୁ ବାହାରି ଗାଁ ମୁହାଁ ହେଉଛନ୍ତି। ଗାଁରେ ଉପଦ୍ରବ କରିବା ସହିତ ଏବେ ଅମଳ ଉପଯୋଗୀ ଧାନ ଫସଲ ଖାଇ ନଷ୍ଟ କରୁଛନ୍ତି। କେବଳ ସେତିକି ନୁହେଁ ଦଳିମକଚି ଦେଉଛନ୍ତି। ହଜାରହଜାର ଟଙ୍କା ଖର୍ଚ୍ଚ କରି ଚାଷୀ ଧାନ ଚାଷ କରିଥିବା ବେଳେ ଅମଳ ବେଳକୁ ହାତୀଙ୍କ ଉପଦ୍ରବ କାରଣରୁ ବ୍ୟାପକ କ୍ଷତି ସହିବାକୁ ପଡ଼ୁଛି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଆଦୌ ଦୃ୍ଷ୍ଟି ଦେଉ ନଥିବା କେତେକ ଚାଷୀ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମର କୁଶଧର ମହାନ୍ତଙ୍କ ୫୦ ଡିସିମିଲରୁ ଅଧିକ ଜମିରେ ପାଚିଲା ଧାନ ଖାଇବା ସହିତ ନଷ୍ଟ କରିଦେଇଛନ୍ତି। ହାତୀ ପଲଙ୍କୁ ଘଉଡାଇବା ପାଇଁ ଚମ୍ପୁଆ ବନ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି। ସେହିପରି କ୍ଷତିଗ୍ରସ୍ତ ପରିବାରକୁ ବନବିଭାଗ ତରଫରୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/champua.jpg)