ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳ ଅଧୀନ ସାକେଣୀ ସେକ୍ସନ୍ ଅନ୍ତର୍ଗତ ପୋଇବାଡ଼ି, ବିଜୟ ନଗର, କରଡାମଡା ଓ ଖଳି ସାହି ଅଞ୍ଚଳରେ ବାର୍ହା ଉପଦ୍ରବ ଯୋଗୁ ଚାଷୀମାନଙ୍କର ଧାନ ଫସଲ ନଷ୍ଟ ହେବାରେ ଲାଗିଛି। କିଛି ଦିନ ହେବ ସଞ୍ଜ ନଇଁଲେ ବାର୍ହାମାନେ ଧାନକ୍ଷେତକୁ ଆସି ଫସଲ ନଷ୍ଟ କରି ଚାଲିଛନ୍ତି। ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।
/sambad/media/post_attachments/wp-content/uploads/2019/11/daspala-300x183.jpg)
ପୋଇବାଡ଼ି ଓ ଖଳି ସାହି ଗ୍ରାମର ସୁଷମା ରାଉତ, ନନ୍ଦ କିଶୋର ସାହୁ, ଦଣ୍ତପାଣି ବିଷୋୟୀ ଏବଂ ବିଜୟ ନଗର ଗ୍ରାମର ଭରତ ଜାନୀ, ସୁରଥ ଜାନୀ ଓ ବିଜୟ ଜାନୀଙ୍କ ଧାନ ଫସଲ ନଷ୍ଟ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ଚାଷୀଙ୍କ ଅଭିଯୋଗ ପରେ ସାକେଣୀ ସେକ୍ସନ୍ ବନପାଳ ମନୋଜ ପ୍ରଭାକର ସାହୁ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିଥିବା କହିଛନ୍ତି। ତେବେ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/pigs.jpg)