ଚାଷୀଙ୍କୁ ଶସ୍ତା ଭାବନି: ମନ୍ତ୍ରୀ ଶ୍ରୀ ପାତ୍ର

ଧାନର ଏଫ୍‌ଏକ୍ୟୁ ମାନ କୋହଳ ନେଇ କଥା କଟାକଟି

ଭୁବନେଶ୍ୱର : ଅଦିନିଆ ବର୍ଷାରେ ପ୍ରଭାବିତ ଧାନର ଏଫ୍‌ଏକ୍ୟୁ ମାନ କୋହଳ ପ୍ରସଙ୍ଗ ନେଇ କଥା ଉଭୟ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ କଟାକଟି ଚାଲିଛି। ଗତକାଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଥିଲେ। ଆଜି ସେ ନେଇ ଶ୍ରୀ ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

ଆଜି ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ରାଜ୍ୟର ଚାଷୀମାନେ ଶସ୍ତା ନୁହନ୍ତି। ସେମାନଙ୍କଠାରୁ କ୍ୱିଣ୍ଟାଲ୍‌ ପିଛା ଧାର୍ଯ୍ୟ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୧୫୫୦ ଟଙ୍କାରୁ କମ୍‌ ମୂଲ୍ୟରେ ଆମେ ଧାନ କିଣିବୁନି। ୨୦୧୦ ମସିହାର ଉଦାହରଣ ଦେଇ ସେ କହିଲେ, ସେତେବେଳେ ୩ଟି ଜିଲ୍ଲାରେ ଅନୁରୂପ ପରିସ୍ଥିତି ହୋଇଥିଲା। ଏଣୁ କେନ୍ଦ୍ର ସରକାର ଧାନର ଏଫ୍‌ଏକ୍ୟୁ ମାନ କୋହଳ କରିଥିଲେ। କିନ୍ତୁ ଚାଷୀମାନଙ୍କଠାରୁ ଧାର୍ଯ୍ୟ ଏମ୍‌ଏସ୍‌ପିଠାରୁ କମ୍‌ ମୂଲ୍ୟରେ ଧାନ କିଣାଯାଇନଥିଲା। ତେବେ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଳେଖିବେ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଥିଲେ।

କେନ୍ଦ୍ର ସରକାରଙ୍କ କୋହଳ ମାନର ଧାନକୁ ଏମ୍‌ଏସ୍‌ପିଠାରୁ କମ୍‌ ମୂଲ୍ୟରେ କିଣିବା ନିଷ୍ପତ୍ତିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ଦୁର୍ଭାଗ୍ୟଜନକ ବୋଲି ଗତକାଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ଵିଟ୍‌ କରି କହିଥିଲେ।

ସମ୍ବନ୍ଧିତ ଖବର