ପଣ୍ତାପଡ଼ା: ଘଟଗାଁ ରେଞ୍ଜ ଦେଓବନ୍ଧ ଫରେଷ୍ଟ ବିଟ୍ ଅନ୍ତର୍ଗତ ପଟିଲୋ ଗ୍ରାମର ଚାଷଜମିରେ ପଶି ହାତୀପଲ ଧାନତଳି ନଷ୍ଟ କରିଛନ୍ତି। ଦୁଇ ସପ୍ତାହ ତଳେ ଚାଷୀମାନେ ବିଲରେ ତଳି ରୋଇଥିଲେ। ଗତକାଲି ରାତିରେ ହାତୀପଲ ଜମିରେ ପଶି ସେଗୁଡ଼ିକୁ ମାଡ଼ିଦଳି ନଷ୍ଟ କରି ଦେଇଛନ୍ତି।
ପଟିଲୋ ଗ୍ରାମର ଶତ୍ରୁଘ୍ନ ପଲେଇ, ସୁଦର୍ଶନ ଦେହୁରୀ, ଅଚ୍ୟୁତ ସେଠୀ, ଚରଣ ନାଏକ, ଉଦ୍ଧବ ସେଠୀ, ଚିନ୍ତାମଣି ମହାନ୍ତଙ୍କ ସମେତ ଆଠ/ଦଶଜଣ ଚାଷୀଙ୍କ ରୁଆ ଧାନକ୍ଷେତକୁ ହାତୀପଲ ନଷ୍ଟ କରିଥିବାରୁ ସେମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ଚାଷୀମାନେ ଦେଓବନ୍ଧ ବନପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କ୍ଷତିପୂରଣ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/9-6.jpg)