-୧୫୮୪୭ପ୍ଲଟ ସନ୍ଦେହାଜନକ
-ମିଲର୍ସଙ୍କ ନିକଟରେ ପଡିଛି ଖରିଫର ୧୫%
-ରବିର ଶହେ ପ୍ରତିଶତ ଚାଉଳ

Advertisment

କୋରାପୁଟ: ଖରିଫ ମଣ୍ଡି ତାରିଖ ଘେଷଣା ହୋଇନି। ମଣ୍ଡିର ସୁପରିଚାଳନାକୁ ନେଇ ଜିଲ୍ଲାପାଳ ଏହାରି ମଧ୍ୟରେ ଦୁଇଟି ବୈଠକ କରି ସାରିଲେଣି। ମଣ୍ଡି ତାରିଖ ଘୋଷଣା ହୋଇନଥିଲେ ହେଁ ଧାନ ପାଚି ସାରିଥିବାରୁ କାଟିବା ଆରମ୍ଭ କଲେଣି। ୨୦ପ୍ରତିଶତ ଧାନ କାଟିସାରିଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ଯଦିଓ ରାଜ୍ୟ ସରକାର କୁଇଣ୍ଟାଲ ପିଛା ଏମଏସପି ୩୧୦୦ଟଙ୍କା ଘୋଷଣା କରିଛନ୍ତି। ତେବେ ମଣ୍ଡି କେବେ ଆରମ୍ଭ ହେବ ଠିକ୍ ଭାବେ ତାରିଖ ଘୋଷଣା ହୋଇନାହିଁ।

ଏହି ଖବର ପଢ଼ନ୍ତୁ: ଭତ୍ତା ଟଙ୍କା ଆଣିବାକୁ ଯାଇଥିଲେ ୨ ବୃଦ୍ଧା

ଅପରପକ୍ଷରେ ଅନ୍ୟ ରାଜ୍ୟର ଦଲାଲ ଓ ମଧ୍ୟସ୍ଥି ମାନେ ଗାଁକୁ ଗାଁ ବୁଲି କୁଇଣ୍ଟାଲ ପିଛା ୨୫ଶହ ଟଙ୍କା ଦେଇ ଧାନ କିଣିବା ଆରମ୍ଭ କରିଥିବା କହିଛନ୍ତି କେବିଡି ଅଂଚଳର ଚାଷୀ ସଦାଶିବ ନାୟକ। ଜିଲ୍ଲାରେ ଧାନଚାଷ ନ‌କରି ଜମି ପଞ୍ଜୀକରଣ କରାଯାଇଥିବା ୧୫ ହଜାର ୮୪୭ ସନ୍ଦେହଜନକ ପ୍ଲଟକୁ ଧରିଛି ସାଟେଲାଇଟ। ଅନ୍ୟପକ୍ଷରେ ମିଲର୍ସ ମାନେ ସେମାନଙ୍କ ପୂର୍ବ ଦାବିରେ ଅଟଳ ରହି ଦାବି ପୁରଣ ନ ହେବା ଯାଏଁ ଧାନ ଉଠାଇବେ ନି ବୋଲି ଜିଲ୍ଲା ମିଲର୍ସ ଆସୋସିଏସନର ସଭାପତି ପୁର୍ଣ୍ଣ ପଟ୍ଟନାୟକ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ଏହି ଖବର ପଢ଼ନ୍ତୁ: ସବୁଜିମା ପାଲଟିଲା ପଡ଼ିଆ ଜମି

ସାଟେଲାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଜୟପୁର ସର୍କଲର ଲ୍ୟାମ୍ପସରେ ୧୧ ହଜାର ୧୬୫, କୋରାପୁଟ ସର୍କଲ ଲ୍ୟାମ୍ପସରେ ୧୫୦୩ ଓ ସ୍ୱୟଂସହାୟକ ଗୋଷ୍ଠୀ ଓ ପାଣିପଂଚାୟତ ଗୁଡିକରେ ପଞ୍ଜୀକରଣ କରିଥିବା ଚାଷୀଙ୍କ ୩ ହଜାର ୧୭୯ ସନ୍ଦେହଜନକ ପ୍ଲଟ ରହିଛି। ଏଥିରେ ବୈପାରିଗୁଡା ଲ୍ୟାମ୍ପସ ଅଧିନରେ ସର୍ବାଧିକ ୨୯୫୧ ପ୍ଲଟ ଏବଂ ପାଡ଼ୁଆ ଲ୍ୟାମ୍ପସ ଅଧିନରେ  ମାତ୍ର ଗୋଟିଏ ପ୍ଳଟ ରହିଛି ସନ୍ଦେହରେ। ମଣ୍ଡି ଆରମ୍ଭ ପୂର୍ବରୁ କ୍ରୟକାରୀ ସଂସ୍ଥାର ତାଲିମପ୍ରାପ୍ତ କର୍ମଚାରୀମାନେ ସେସବୁ ପ୍ଲଟ ଅଞ୍ଚଳକୁ ଯାଇ  ଯାଞ୍ଚ କରିବେ।

ଏହି ଖବର ପଢ଼ନ୍ତୁ: ଆଇଏଏସ୍‌ ସ୍ତରରେ ଅଦଳବଦଳ

ସାଟେଲାଇଟରୁ ମିଳିଥିବା ତଥ୍ୟ ଅନୁସାରେ ସେସବୁ ପ୍ଲାଟରେ ଧାନ ଚାଷ ହୋଇଛି କି ନାହିଁ, ମୋବାଇଲରେ ଏହାର ଫଟୋ ଉତ୍ତୋଳନ କରି ଅପଲୋଡ କରିବେ। ଯଦି ଧାନଚାଷ ହୋଇଥାଏ, ଚାଷୀଙ୍କୁ ସେସବୁ ଜମିରୁ ଧାନ ବିକ୍ରି କରିବାକୁ ଟୋକନ ଆସିବ। ନହେଲେ ସେସବୁ  ପ୍ଲଟକୁ ବ୍ଳକ କରାଯିବ। ଗତ ଖରିଫରେ ୨୧ ହଜାର ୮୦୦ ସନ୍ଦେହଜନକ ପ୍ଲଟ ରହିଥିଲା। ଯାଞ୍ଚ କଡାକଡି ହେଉଥିବାରୁ ଚଳିତବର୍ଷ ଏହି ସଂଖ୍ୟା କମିଥିବା ଜଣାପଡିଛି।

ଏହି ଖବର ପଢ଼ନ୍ତୁ: ଉପନିର୍ବାଚନ ପୂର୍ବରୁ କଂଗ୍ରେସର ମାଷ୍ଟର ପ୍ଲାନ୍

ସେହିପରି ମିଲର୍ସ ମାନେ ସେମାନଙ୍କ ପୂର୍ବ ଦାବିରେ ଅଟଳ ରହିଛନ୍ତି। ପୂର୍ବରୁ ଜିଲ୍ଲାରେ ଗତ ବର୍ଷ ଖରିଫର ୮୫ପ୍ରତିଶତ ଚାଉଳ ଦିଆଯାଇଥିବା ବେଳେ ବଳକା ୩ଲକ୍ଷ ମେଟ୍ରୀକ ଟନ୍ ଚାଉଳ ଦେବାର ବାକି ରହିଥିବା କହିଛନ୍ତି ସଭାପତି। ଏହା ବାଦେ ପୁଣି ରବିରେ ନିଆଯାଇଥିବା ୭ଲକ୍ଷ ମେଟ୍ରୀକଟନ୍ ଧାନ ବି ମିଲରେ ଜମା ହୋଇ ପଡିଛି। ଖରିଫ ଧାନ ପୁଣି ଉଠାଇଲେ ମିଲରେ ଧାନ ରଖିବା ପାଇଁ ଜାଗା ନଥିବା ମିଲ ସଂଘ ସଭାପତି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି କହିଥିବା କହିଛନ୍ତି। ତେଣୁ ବିଳମ୍ବରେ ମଣ୍ଡି ଆରମ୍ଭ କରାନଗଲେ ମିଲର୍ସ ଧାନ ଆଣି ରଖିବାରେ ମୁସ୍କିଲ ହେବ ବୋଲି କହିଛନ୍ତି।