ଅତାବିରା: ରୋଗପୋକ ଓ ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଦାବିରେ ଗୁରୁବାର ତହସିଲ ଅଫିସ ଘେରାଉ କରାଯାଇଛି। ତହସିଲଦାର ଦୌଲତ ଚନ୍ଦ୍ରାକାରଙ୍କୁ ସ୍ମାରକପତ୍ର ପ୍ରଦାନ କରି ପ୍ରାକୃତିକ ଦୁର୍ବିପାକରେ ଧାନ ଫସଲ ୮୫ ପ୍ରତିଶତ ନଷ୍ଟ ହୋଇଥିବା ବେଳେ ତୁରନ୍ତ କ୍ରପ୍ କଟିଙ୍ଗ କରି କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷତିପୂରଣ ଦେବାକୁ ଦାବି କରାଯାଇଛି। ତହସିଲଦାର ଏ ନେଇ ତହସିଲର ସମସ୍ତ ଆର୍ଆଇଙ୍କ ବୈଠକ ଡ଼ାକି କ୍ଷୟକ୍ଷତିର ଆକଳନ କରିବା ପାଇଁ ନିର୍ଦେଶ ଦିଆଯିବ, ରାଜସ୍ୱ ଓ କୃଷି ବିଭାଗର ମିଳିତ କ୍ଷୟକ୍ଷତିର ଆକଳନ କରାଯିବ ବୋଲି କହିଥିଲେ। ଆଲୋଚନା ବେଳେ ଲଚିଦା ଆର୍ଆଇ ସର୍କଲର ୟୁନିସ୍ ଖାନ୍, କରୁଣାକର ପ୍ରଧାନ, ହରି ପଧାନ, ଅଜିତ ପତି, ଅଦାପ, ବାସୁ, ଯଦୁଧନ ପ୍ରଧାନ, ବିରେନ ନାଏକ, ସୁଶୀଲ ପଧାନ, ପିଂକୁ ପଧାନ, ଇରିସ ପ୍ରମୁଖ ସାମିଲ ଥିଲେ। ସେହିପରି କୁଲୁଣ୍ଡା ଆର୍ଆଇ ସର୍କଲରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦେବାକୁ ଚାଷୀ ନେତା ବୀରେନ୍ଦ୍ର କର ଦାବି କରିଛନ୍ତି।
କ୍ଷତିପୂରଣ ଦାବିରେ ତହସିଲ ଅଫିସ ଘେରାଉ : ଧାନରେ ରୋଗପୋକ
/sambad/media/post_attachments/wp-content/uploads/2017/10/brgh-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)