ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର କହିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀମାନେ ଧାନ କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କାରେ ବିକିବେ। କଳାହାଣ୍ଡିରେ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ରାହୁଲ ଗାନ୍ଧି ଏହା କହିଛନ୍ତି। ସମାବେଶରେ ରାହୁଲ ଚାଷୀ ଓ ଗରୀବଙ୍କ ଉପରେ ରାହୁଲ ପ୍ରତିଶ୍ରୁତିର ବର୍ଷା କରିଛନ୍ତି।
ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବଜେଟରେ ଚାଷୀ ପରିବାର ପାଇଁ ଦୈନିକ ୧୭ ଟଙ୍କା ଦେବାର ବ୍ୟବସ୍ଥା କଲେ ମୋଦି ସରକାର ।ହେଲେ ୧୫ ଜଣ ଶିଳ୍ପପତି ବନ୍ଧୁଙ୍କ ପାଇଁ ମୋଦି ୪ ବର୍ଷରେ ସାଢେ ୩ ଲକ୍ଷ କୋଟି ଟଙ୍କା ଋଣ ଛାଡ କରିଦେଲେ । ଦେଶରେ ନରେନ୍ଦ୍ର ମୋଦି କିମ୍ବା ରାଜ୍ୟରେ ନବୀନ ପଟ୍ଟନାୟକ କୃଷିଋଣ ଛାଡ କରିପାରିବେ ନାହିଁ । ଛତିଶଗଡରେ କଂଗ୍ରେସ ସରକାର ଆସିବା କ୍ଷଣି ଧାନ କ୍ୱିଂଟାଲ ପିଛା ୨୫୦୦ ଟଙ୍କା ଦେବାର ବ୍ୟବସ୍ଥା କରିଛି । ଆଉ ଯଦି କଂଗ୍ରେସ ଓଡିଶାରେ କ୍ଷମତାକୁ ଆସେ ତେବେ ଏହାଠାରୁ ଅଧିକ ଅର୍ଥାତ୍ କ୍ୱିଟାଲ ପିଛା ୨୬୦୦ ଟଙ୍କା ଦେବ । ଛତିଶଗଡରେ ଧାନ ପାଇଁ ୨୫୦୦ ଟଙ୍କା ଦାମ ଦିଆଯାଉଛି । ନବୀନ ପଟ୍ଟନାୟକ ସରକାର ଆପଣଙ୍କୁ କେତେ ଦାମ ଦେଉଛନ୍ତି?
/sambad/media/post_attachments/wp-content/uploads/2019/02/rahul1-300x196.jpg)
ଜଳ, ଜମି ଜଙ୍ଗଲ ସବୁ ଆଦିବାସୀଙ୍କର । ଯେତେବେଳେ ଦିଲ୍ଲୀରେ ଆମ ସରକାର ଥିଲା, ସେତେବଳେ ଐତିହାସିକ ନିଷ୍ପତ୍ତି ନେଇଥିଲୁ । ପେଶା ଆଇନ କାର୍ଯ୍ୟକାରୀ କରିଥିଲୁ । ଜଳ, ଜମି, ଜଙ୍ଗଲ ଏହା ଉପରେ ଅଧିକାର ଆପଣଙ୍କୁ ହକ୍ ଦେଇଥିଲା କଂଗ୍ରେସ । ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରି ବର୍ଷ ବର୍ଷ ଧରି ଅବ୍ୟବହୃତ ହୋଇଥିବା ଆପଣଙ୍କ ଜମିକୁ ଫେରାଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଏହାକୁ କାର୍ଯ୍ୟକାରୀ ମଧ୍ୟ କରାଗଲାଣି । ଛତିଶଗଡ, ମଧ୍ୟପ୍ରଦେଶରେ ଜମି ଫେରା କାମ ଆରମ୍ଭ ହୋଇଛି । ଆମ ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ, ଆଦିବାସୀ, ଚାଷୀଙ୍କୁ ବଜାର ଦର ଠାରୁ ୪ ଗୁଣା ଅଧିକ ଅର୍ଥ ଦେଇ ଶିଳ୍ପାନୁଷ୍ଠାନ ପାଇଁ ଜମି ଅଧିଗ୍ରହଣ କରାଯିବ । ସେମାନଙ୍କ ବିନା ସମ୍ମତିରେ ଜମି ନିଆଯିବନି । ଯଦି ଜମି ନିଆଗଲା ତେବେ ୫ ବର୍ଷ ଭିତରେ ଶିଳ୍ପ ସ୍ଥାପନ ହେବା କଥା । ଆଉ ଯଦି ଏହି ସମୟ ମଧ୍ୟରେ ଶିଳ୍ପାନୁଷ୍ଠାନ ହେଲାନାହିଁ, ତେବେ ସେହି ଜମି ସିଧା ଆଦିବାସୀ ଓ ଚାଷୀଙ୍କୁ ଫେରାଇ ଦିଆଯିବ । ନବୀନ ପଟ୍ଟନାୟକ ସରକାର ଓ ବିଜେପି ସରକାର ଆପଣଙ୍କ ଠାରୁ ଆପଣଙ୍କ ଜମି ଛଡାଇ ନେବାକୁ ଉଦ୍ୟମ କରୁଛନ୍ତି । କଂଗ୍ରେସ ସରକାର ଓ ଏହାର ତମାମ ନେତା ଆଦିବାସୀଙ୍କ ଜମିକୁ ରକ୍ଷା କରିବେ । ଜଳ, ଜମି ଓ ଜଙ୍ଗଲ ଉପରେ ଥିବା ଆପଣଙ୍କ ହକ୍ର ରକ୍ଷା କଂଗ୍ରେସ କରିବ ।
/sambad/media/post_attachments/wp-content/uploads/2019/02/rahul2-300x169.jpg)
ନିୟମଗିରିରେ ଲଢେଇ ହେଲା, ସେତେବେଳେ ଆପଣଙ୍କ ସହ ମୁଁ ଠିଆ ହେଲି । ଯାହା ଆପଣଙ୍କର ଥିଲା ତାର ରକ୍ଷା କରି ମୁଁ ଆପଣଙ୍କୁ ଦେଲି । ନରେଗା କଂଗ୍ରେସ ଆପଣଙ୍କ ପାଇଁ ଅଣିଲା, ମୋଦି ସରକାର ଏହାକୁ ନଷ୍ଟ କରିଦେଲେ । ଆଦିବାସୀ ବିଲ୍ ଆପଣଙ୍କ ପାଇଁ କଂଗ୍ରେସ ଆଣିଲା, ମୋଦି ନଷ୍ଟ କରିଦେଲେ । ଆପଣଙ୍କ ବିକାଶ ପାଇଁ କଂଗ୍ରେସ ଯାହା କରିଛି, ତାକୁ ମୋଦି ସରକାର ନଷ୍ଟ କରିଛନ୍ତି । ଦାନ ମାଝୀ ନିଜ ସ୍ତ୍ରୀଙ୍କ ଶବକୁ ବୋହି ଥିଲେ, ଯାହା ଅନ୍ତର୍ଜାତୀୟ ଖବର ହୋଇଥିଲା । ମୁଖ୍ୟମନ୍ତ୍ରୀ ଗୋଟିଏ ଶଦ୍ଦ ମଧ୍ୟ କହିନଥିଲେ । ସେ କଣ କ୍ଷମା ମାଗିଲେ? ଆଦିବାସୀଙ୍କୁ କଣ ସରକାର ସହାୟତା ଦେଇପାରିବେନି? ଏହା କେଉଁ ଭଳି ସରକାର? ଆପଣଙ୍କ ଠାରୁ ସରକାର କେବଳ ଛଡାଇ ନେଇଛି? ଯେ କୋଣସି ପ୍ରଦେଶକୁ ଯାଆନ୍ତୁ, ସେଠାରେ ଆଦିବାସୀ ଯୁବକ କାମ କରୁଥିବା ଦେଖିବାକୁ ମିଳିବ. ସେମାନଙ୍କୁ ଓଡିଶାରେ ରୋଜଗାର ମିଳେନି । ଆପଣଙ୍କର ଜଳ, ଜମ. ଜଙ୍ଗଲକୁ ସରକାର ଛଡାଇ ନେବା ଜାଣିଛନ୍ତି, ନିଯୁକ୍ତି ଦେବା ଜାଣିନାହାନ୍ତି ।
ଆଦିବାସୀଙ୍କୁ ଶିକ୍ଷା ଦରକାର ହେଲେ କଲେଜ ଓ ବିଶ୍ୱବିଦ୍ୟାଳୟ ଦିଆଯାଇନାହିଁ । ଏଭଳି ଭାରତ କିମ୍ବା ଓଡିଶା ଆମକୁ ଦରକାର ନାହିଁ । ଓଡିଶାର ଗରୀବ ଜନତାଙ୍କୁ ଶିକ୍ଷା ମିଳିବା ଦରକାର । କଲେଜ ଓ ବିଶ୍ୱବିଦ୍ୟାଳୟରେ ସିଟ୍ ମିଳିବା ଦରକାର । ଭଲ ହସ୍ପିଟାଲରେ ଚିକିତ୍ସା ମିଳିବା ଦରକାର । ଏଭଳି ଓଡିଶା ଓ ଭାରତ ଆମେ ଆପଣଙ୍କ ସହ ମିଶି ବନାଇବାକୁ ଚାହୁଁଛୁ । ଆମେ ଐତିହାସିକ ନିଷ୍ପତ୍ତି ନେଇଛୁ । ମନରେଗା ଠାରୁ ମଧ୍ୟ ବଡ ନିର୍ଣ୍ଣୟ ଆମେ ନେଇଛୁ । ୫-୬ ମାସ ଧରି ଆମେ ଏହା ଉପରେ କାମ କରିଛୁ । ମୋଦି କହିଲେ, ଦେଶର ଚାଷୀଙ୍କୁ ଦୈନିକ ୧୭ ଟଙ୍କା ଦେବେ । ଆମେ କହିଲୁ ଦେଶର ସମସ୍ତ ଗରୀବଙ୍କୁ ଯେ କୈାଣସି ପ୍ରଦେଶରେ ବି ହେଉ କଂଗ୍ରେସ ସରକାର ସର୍ବନିମ୍ନ ମିନିମମ ଇନକମର ଗ୍ୟାରେଂଟି ଦେବ । ଭାରତର ସବୁ ଗରୀବଙ୍କୁ ଆକାଉଂଟକୁ ଟଙ୍କା ପଠାଇ କଂଗ୍ରେସ ଦେଖାଇଦେବ । ଯଦି ଆପଣ ଗରୀବ, ମୋଦି କହୁଛନ୍ତି ଦିନକୁ ସାଢେ ୩ ଟଙ୍କା ଦେବେ, କଂଗ୍ରେସ କହୁଛି ସର୍ବନିମ୍ନ ଗ୍ୟାରେଂଟି ଇନକମ ସମସ୍ତ ଗରୀବଙ୍କ ବ୍ୟାଙ୍କ ଆକଉଂଟକୁ ପଠାଇ ଦେଖାଇଦେବ । ଯଦି ଦମ୍ ଅଛି ତେବେ ଅଟକାଇ ଦେଖାଅ । ମିଥ୍ୟାର ସମୟ ବନ୍ଦ ହୋଇଗଲା ।
/sambad/media/post_attachments/wp-content/uploads/2019/02/rahul3-300x169.jpg)
ନବୀନ ପଟ୍ଟନାୟକ ସରକାର ଆପଣଙ୍କୁ ଚିଟଫଣ୍ଡ ଓ ମୋଦି ରାଫେଲ ଓ ବିମୁଦ୍ରାକରଣ ଦେଲେ । ବିଜୟ ମାଲ୍ୟା, ଅନୀଲ ଅମ୍ବାନୀଙ୍କୁ ସହାୟତା ଦେଲେ । ଯାହା ମୋଦି ସରକାର ଆପଣଙ୍କ ପକେଟରୁ ବାହାର କରିଥିଲେ, ଆମେ ତାକୁ ଆପଣଙ୍କ ପକେଟକୁ ପଠାଇବୁ । ଦୁନିଆରେ କୈାଣସି ଶକ୍ତି ଏହାକୁ ଅଟକାଇ ପାରିବ ନାହିଁ । ୧୫ ଲକ୍ଷ ଆସିବା ଭଳି ଏହା ପ୍ରତିଶୃତି ନୁହେଁ, ୨ କୋଟି ଚାକିରି ଦେବା ଭଳି ଏହା ପ୍ରତିଶ୍ରୁତି ନୁହେଁ । ଏହାକୁ ଆମେ କରି ଦେଖାଇଦେବୁ । ନବୀନ ପଟ୍ଟନାୟକ ରିମୋଟ କଂଟ୍ରୋଲ ହେ, ଚୈାକିଦାର ଚୋର ହେ । କେନ୍ଦ୍ର ଯାହା କୁହେ, ଠିକ ସେୟା କରନ୍ତି ନବୀନ ପଟ୍ଟନାୟକ । କଂଗ୍ରେସ ସରକାରକୁ ଭୋଟ ଦିଅ, ରିମୋଟ ସରକାରକୁ ତଳେ ରଖ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/rahul-1.jpg)