କୋଷାଗୁମୁଡ଼ା: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ପଞ୍ଚାୟତ ନିକଟ ରତାଖଣ୍ଡି ଗୁଡା ମୁଖ୍ୟ ରାସ୍ତାରେ ଏକ ଧାନ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିବାରୁ ଟ୍ରକରେ ଥିବା ପ୍ରାୟତଃ ଧାନ ସବୁ ଢାଳି ହେଇଯାଇଥିବା ଦେଖିବାକୁ ମିଳିଛି ।ମିଳିଥିବା ସୂଚନା ଅନୁଯାୟୀ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ମଣ୍ଡି ରୁ ଧାନ ସଂଗ୍ରହ କରି ସାନକୁମୁଲି ଗ୍ରାମ ଅଭିମୁଖେ ନେଇଯାଉ ଥିବା ସମୟରେ ଟ୍ରକ ନଂ (ଓଆର ୧୯ ଇ୮୫୪୫) ଆଜି ପ୍ରାୟ ସକାଳ ୧୧:୩୦ ଘଣ୍ଟା ସମୟରେ କୋଡ଼ିଙ୍ଗା ଠାରୁ ପ୍ରାୟ ଏକ କିଲୋମିଟର ଦୂର ରତାଖଣ୍ଡିଗୁଡା ଗ୍ରାମ ମୁଖ୍ୟରାସ୍ତାରେ ଭରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି । ଦୁର୍ଘଟଣା ସ୍ଥଳ ରେ ଧାନ ପେକେଟ ଯାକ ରାସ୍ତା ତଳକୁ ଛିନ୍ନ ଛତ୍ର ହୋଇ ପଡିଥିବା ଦେଖିବାକୁ ମିଳିଥିଲା । ତେବେ ଟ୍ରକ ଡ୍ରାଇଭର ଓ ତାଙ୍କ ସାଥି ସୁରକ୍ଷିତ ଥିବା ସୂଚନା ମିଳିଛି ।
ଭାରସାମ୍ୟ ହରାଇ ଓଲଟି ପଡିଲା ଧାନ ବୋଝେଇ ଟ୍ରକ୍
/sambad/media/post_attachments/wp-content/uploads/2022/12/8a6a00fb-6804-43f9-a814-e49a31bcfed9.jpg)