ଫସଲ ଉଜାଡ଼ିଲେ ହାତୀପଲ

ଶୁଳିଆପଦା: ଶୁଳିଆପଦା ବ୍ଲକ୍‌ ଅଞ୍ଚଳରେ ହାତୀ ଉପଦ୍ରବ ଚାଷୀଙ୍କ ନିଦ ହଜାଇଦେଇଛି। ନଈ, ପୋଖରୀରୁ ବହୁ କଷ୍ଟରେ ଜମିକୁ ପାଣି ମଡ଼ାଇ ଚାଷୀ କରୁଥିବା ଚାଷୀଙ୍କ ଉପରେ ଏହା ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହେଉଛି। ଗତକା‌ଲି ରାତିରେ ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ପ୍ରାୟ ୭୦ଟି ଝାଡ଼ଖଣ୍ଡୀ ହାତୀ ପଶ୍ଚିମବଙ୍ଗକୁ ଯିବା ବାଟରେ ସୀମାନ୍ତବର୍ତ୍ତି ଶୁଳିଆପଦା ବ୍ଲକ୍‌ର ବଣକାଟି ପଞ୍ଚାୟତ ଅଞ୍ଚଳରେ ପ୍ରବେଶ କରି ବଣକାଟି ଓ ଘଣଘଣା ଅଞ୍ଚଳରେ ବ୍ୟପକ ଧାନ ଓ ମକା ଫସଲ ନଷ୍ଟ କରିଥିଲେ।

ରାତିସାରା ମନଇଚ୍ଛା ଫସଲ ଖାଇବା ପରେ ସକାଳୁ ସକାଳୁ କଣ୍ଟିସାହି ପଞ୍ଚାୟତ ଅଧୀନ ନଧାକୁଣ୍ଡିଆ ଜଙ୍ଗଲରେ ରହି ସନ୍ଧ୍ୟାରେ ତିଳଯୋଡ଼ିଆ ଜଙ୍ଗଲ ଅଭିମୁଖେ ବାହାରିଛନ୍ତି। ଖବର ପାଇ ଦେଉଳି ରେଞ୍ଜର ପ୍ରଶାନ୍ତ କୁମାର ବେହେରା, ଫରେଷ୍ଟର ଜଗଦୀଶ ଚନ୍ଦ୍ର ସାହୁ ଓ ବନ ବିଭାଗ ଟିମ୍‌ ହାତୀପଲ ଉପରେ ନଜର ରଖିଛନ୍ତି। ଏହି ହାତୀପଲରେ ୧୫ରୁ ୨୦ ଛୁଆହାତୀ ଅଛନ୍ତି। ଆଜି ରାତିରେ ହାତୀପଲଙ୍କୁ ପଶ୍ଚିମବଙ୍ଗ ପଟକୁ ଘଉଡାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର