କଲମପୁର: କଳାହାଣ୍ଡି ଜିଲ୍ଲା କଲମପୁର ଧାନମଣ୍ଡି ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। କଲମପୁର ପେକ୍ସ ସଂପାଦକ ତ୍ରିଭୁବନ ପ୍ରଧାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗ ଦେଇ ମଣ୍ଡିକୁ ଉଦ୍ଘାଟନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କଲମପୁର ତହସିଲଦାର କରିସ୍ମା ବେଶ୍ରା, ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ, ଉପନିବନ୍ଧକ ବିଶ୍ବାମିତ୍ର ସେଠ୍, ଧର୍ମଗଡ଼ ଏଆର୍ସିଏସ୍ ଭିକାରି ଚରଣ ସେଠ୍, ମୁଖିଗୁଡ଼ା ନିୟନ୍ତ୍ରିତ ବଜାର କମିଟି ସଂପାଦକ ଅନିଲ ରାଉତ, ଜିଲ୍ଲା ପରିଷଦ ସଭ୍ୟା ଦୁହିତା ମାଝୀ, ନିବେଦିତା ହଂସ, କଲମପୁର ବ୍ଲକ୍ ବିଜେଡି ସଭାପତି ନବୀନ ପଣ୍ଡା, ବିଧାୟକ ପ୍ରତିନିଧି ସଦାନନ୍ଦ ଚନ୍ଦନ, ଅମୀର ଅଲ୍ଲୀଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ପେକ୍ସ କର୍ମଚାରୀ ଓ ଆର୍ଏମ୍ସି କର୍ମଚାରୀ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/11-13.jpg)
