ଧାନମଣ୍ଡି ଦୁର୍ନୀତି: ତିରୁଣା ସେବା ସମବାୟ ସମିତିର ୩ ନିଲମ୍ବିତ

ନାଉଗାଁ : ନାଉଗାଁ ବ୍ଲକ ତିରୁଣା ସେବା ସମବାୟ ସମିତିରେ ଧାନମଣ୍ଡି ଦୁର୍ନୀତିରେ ସଂପୃକ୍ତ ଅଭିଯୋଗରେ ୩ ଜଣଙ୍କୁ ନିଲମ୍ବିତ କରାଯାଇଛି। ଚାଷୀଙ୍କ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ୩ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ ନାଉଗାଁ ବ୍ଲକରେ ଥିବା ୬ଟି ସେବା ସମବାୟ ସମିତିରୁ ତିରୁଣା ସେବା ସମବାୟ ସମିତି ଗୋଟିଏ। ବିଭିନ୍ନ ବ୍ଲକ୍‌ର ଜମିକୁ ଧାନ ବେପାରୀମାନଙ୍କ ପରିବାରର ଭାଇ, ବାପା, ମା’ଙ୍କ ନାମରେ ଭାଗଚାଷୀ ରୂପେ ଦର୍ଶାଇ ସମିତିରେ ନାମ ପଂଜିକରଣ କରାଯାଇଥିଲା। ଏ ସଂପର୍କରେ ଗଣମାଧ୍ୟମରେ ମଧ୍ୟ ରିପୋର୍ଟ ପ୍ରକାଶ ପାଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପୁଣି ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟକୁ ଭିତ୍ତି କରି ଜିଲ୍ଲା ପ୍ରଶାସନ ପକ୍ଷରୁ ସମିତିର ସଂପାଦକ ମାଧବାନନ୍ଦ ନାୟକ, ଡାଟା ଏଣ୍ଟି୍ର ଅପରେଟର(ଡି.ଇ.ଓ) ଜୟନ୍ତ କୁମାର ଲେଙ୍କା, ରାତ୍ର ଜଗୁଆଳି ଶରତ କୁମାର ଲେଙ୍କାଙ୍କୁ ନିଲମ୍ବିତ କରାଯାଇଛି।

ସମ୍ବନ୍ଧିତ ଖବର