ଡିସେମ୍ବର ୧୪ରୁ ମଣ୍ଡି ଆରମ୍ଭ: ମାଲକାନଗିରିରେ ପ୍ରଥମ ପର୍ଯ୍ୟାୟ ଟାର୍ଗେଟ ୧୧ ଲକ୍ଷ ୨ ହଜାର କ୍ବିଣ୍ଟାଲ ଧାର ଖରିଦ ହେବ

୧୫,୪୯୯ ଜମିର ପୁନଃ ସେଟେଲାଇଟ ସର୍ଭେ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆସନ୍ତା ଡିସେମ୍ବରର ୧୪ ତାରିଖରୁ ମଣ୍ଡି ଆରମ୍ଭ ହେବ। ଏନେଇ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି। ଜିଲ୍ଲାର ୧୧ଟି ସୋସାଇଟି ଏହି ଧାନ ଖରିଦ କରିବ। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ମୋଟ ୧୧ ଲକ୍ଷ ୨ ହଜାର କ୍ବିଣ୍ଟାଲ ଧାନ ଖରିଦ ହେବ ବୋଲି ସୂଚନା ମିଳିଛି। ଜିଲ୍ଲାରେ ମୋଟ ୬୫ଟି ମଣ୍ଡି ଖୋଲିବ।ଦରକାର ପଡିଲେ ଆଗକୁ ଆହୁରି ସ୍ବୟଂ ସହାୟକ ଗୋଷ୍ଠୀକୁ ମଧ୍ୟ ସୋସାଇଟିରେ ସାମିଲ କରାଯାଇ ଧାନ ଖରିଦ କରାଯିବା ପାଇଁ ପ୍ରସ୍ତାବ ରହିଥିବା ଜଣାପଡିଛି।

ଚଳିତ ଥର ୮ଟି ଲ୍ୟାମ୍ପ ସହ ତିନୋଟି ସ୍ବୟଂ ସହାୟକ ଗୋଷ୍ଠୀ ଧାନ ଖରିଦ କରିବେ। ଗତ ଥର ଚାଲାଣଗୁଡାର ରାଜଲକ୍ଷ୍ମୀ ଏସଏଚଜି ଧାନ ଖରିଦରେ ହେରଫେର କରିଥିବାରୁ ସେହି ଏସଏଚଜିକୁ ଏଥର କଟାଯାଇଛି। ତେବେ ସାଧାରଣ ଧାନ କ୍ବିଣ୍ଟାଲ ପିଛା ୨୦୪୦ରେ ଖରିଦ କରାଯିବାକୁ ଥିବା ବେଳେ ଗ୍ରେଡ ଏ ଧାନକୁ ୨୦୬୦ରେ ଖରିଦ କରାଯିବ ବୋଲି କୁହାଯାଇଛି।୪୮ ଘଣ୍ଟା ମଧ୍ୟରେ ପିଏଫଏମଏସ ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଟଂକା ପୈଠ କରାଯିବାର ବ୍ୟବସ୍ଥା କରାଯାଇଛି। ତେବେ ଜିଲ୍ଲାରେ ପ୍ରତି ବର୍ଷ ୪ ଲକ୍ଷ ୮୦ ହଜାରକ୍ବିଣ୍ଟାଲ ଚାଉଳ ଦରକାର ପଡୁଥିବା ବେଳେ ସରପ୍ଲସ ଚାଉଳକୁ ଏଫସିଆଇକୁ ପଠାଯାଉଛି। ତେବେ ସରପ୍ଲସ ଚାଉଳକୁ ଜୟପୁର ଏଫସିଆଇକୁ ପଠାଇବାରେ ବହୁ ହଇରାଣ ହେଉଥିବା ବିଭାଗ କହିଛି। ତେଣୁ ଜିଲ୍ଲାରେ ଏଫସିଆଇ ଗୋଦାମ ନିର୍ମାଣ ହେଲେ ସୁବିଧା ହୋଇଥାନ୍ତା ବୋଲି କୁହାଯାଇଛି।

ସେହିପରି ଜିଲ୍ଲାରେ ମୋଟ ୩୫ ହଜାର ୩୫୭ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି। ତେବେ ଏବେ ବି ବିଭାଗ ପକ୍ଷରୁ ୧୫,୪୯୯ଟି ପ୍ଲଟର ପୁଣି ସେଟେଲାଇଟ ଜରିଆରେ ସର୍ଭେ କରାଯାଇଛି।ଏହାକୁ ଏବେ ଯାଞ୍ଚ ଅଧିକାରୀମାନେ ପ୍ଲଟକୁ ଯାଇ ଯାଞ୍ଚ କରୁଥିବା ବିଭାଗ କହିଛି।ଏବେ ସୁଦ୍ଧା ପ୍ରାୟ ୭୦ ପ୍ରତିଶତ ସର୍ଭେ ସରିଥିବା କୁହାଯାଇଛି। ଏହି ସର୍ଭେ ପରେ ଫେକ ପ୍ଲଟଗୁଡିକକୁ ଚାଷୀଙ୍କ ଠାରୁ ହଟାଯିବ ବୋଲି କୁହାଯାଇଛି। ରିପୋର୍ଟ ଅନୁଯାୟୀ କାଲିମେଳା ଲ୍ୟାମ୍ପସର ୪୧୫୬ଟି ପ୍ଲଟର ସର୍ଭେ ହେବାକୁ ଥିବା ବେଳେ ୮୦୧ଟି ସର୍ଭେ ସରିଛି। ବଣ୍ଡା ଲ୍ୟାମ୍ପସର ୬୬୮ଟି ପ୍ଲଟର ସେଟେଲାଇଟ ସର୍ଭେ ହେବାକୁ ଥିବା ବେଳେ ୩୮୧ଟି ସରିଛି।ସେହିପରି ଶିଖପାଲୀ ଲ୍ୟାମ୍ପସର ୧୪୬୫ଟି ପ୍ଲଟର ସର୍ଭେ ହେବାକୁ ଥିବା ବେଳେ ୯୭୯ଟି ପ୍ଲଟର ସରିଛି।କୋରକୋଣ୍ଡା ଲ୍ୟାମ୍ପସର ୨୪୬୮ଟି ପ୍ଲଟର ସର୍ଭେ ହେବାକୁ ଥିବା ବେଳେ ୯୫୦ଟି ପ୍ଲଟର ସରିଛି।

କୁଡୁମୁଲୁଗୁମ୍ମା ଲ୍ୟାମ୍ପସର ୭୦୩ଟି ପ୍ଲଟର ସର୍ଭେ ହେବାକୁ ଥିବା ବେଳେ ୫୦୪ଟି ପ୍ଲଟର ସରିଛି।ମାଥିଲି ଲ୍ୟାମ୍ପସର୬୨୧ଟି ପ୍ଲଟର ସର୍ଭେ ହେବାକୁ ଥିବା ବେଳେ ୩୯୧ଟି ପ୍ଲଟର ସରିଛି। ପଡିଆ ବ୍ଲକର ୨୨୫୭ଟି ପ୍ଲଟର ସର୍ଭେ ହେବାକୁ ଥିବା ବେଳେ ୭୩୯ଟିର ସରିଛି।ମାଲକାନଗିରି ଲ୍ୟାମ୍ପସର ୧୬୦୯ଟି ପ୍ଲଟର ସର୍ଭେ ହେବାକୁ ଥିବା ବେଳେ ୧୦୩୮ଟିର ସରିଛି। ମାଳତୀ ଏସଏଚଜିର ୬୪୧ଟିର ସର୍ଭେ ହେବାକୁ ଥିବା ବେଳେ ୧୮୦ର ସରିଛି।ଓମ ଶାନ୍ତିମାତା ଏସଏଚଜିର ୪୭୭ଟିର ହେବାକୁ ଥିବା ବେଳେ ୨୬୭ର ସରିଛି ଏବଂ ଜୟମା କାଳୀ ଏସଏଚଜିର ୪୩୪ଟି ପ୍ଲଟର ସର୍ଭେ ହେବାକୁ ଥିବା ବେଳେ ୩୨୦ର ସରିଥିବା ଜଣାପଡିଛି।ତେବେ ଏବେ ବି କିଛି ଚାଷି ନିଜର ଜମିର ସଠିକ ରିପୋର୍ଟ ପ୍ରଦାନ କରିନାହାନ୍ତି। ଯାହାଦ୍ବାରା ବିଭାଗ ବାଧ୍ୟ ହୋଇ ପ୍ରଥମେ ସାଟେଲାଇଟ ଏବଂ ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ମଣ୍ଡିରେ କେଉଁ ସୋସାଇଟି କେତେ ଧାନ ଖରିଦ ଆଜି ପର୍ଯ୍ୟନ୍ତ ଲକ୍ଷ୍ୟ ଦିଆଯାଇନଥିବା ବେଳେ ମଣ୍ଡି ପୂର୍ବରୁ ଏହା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି।ତେବେ ଚଳିତ ବର୍ଷ ମଣ୍ଡିକୁ କିପରି ଦଲାଲ ମୁକ୍ତ କରିବା ସହ ଶାନ୍ତିପୂର୍ଣ୍ଣ ଭାବେ କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଫେକ ଚାଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର