ରେଢ଼ାଖୋଲ : ରେଢ଼ାଖୋଲ ଉପଖଣ୍ତର ସମସ୍ତ ଧାନମଣ୍ଡି ଆସନ୍ତା ୯ ତାରିଖରୁ ଖୋଲିବ। ଏଥିପାଇଁ ନିୟନ୍ତ୍ରିତ ବଜାର କମିଟି ଓ ସମବାୟ ସମିତି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛଇ। ପୂର୍ବରୁ ଏହି ଉପଖଣ୍ତରେ ଚାରମାଳ, ବଂଶାଜାଲ, ତ୍ରିବଣପୁର, ବଡ଼ବାହାଳ, ଲୁହାପଙ୍କ, ବଡ଼ମାଳ, କଦଳୀଗଡ଼, ଡଇଁଚା, ଘୋଷରାମାଳ, ନାକଟିଦେଉଳ, ବଳମ, କିସିଣ୍ତା, ପାଣିମୁରା, ସାଲେଭଟା, ବାଟଗାଁ ଓ ସାହେବୀ ଆଦି ୧୬ଟି ଧାନ ମଣ୍ତି ଥିଲା। ଏଥର ମୋଚିବାହାଲ ଓ ଶିମିଳିପାଳଠାରେ ଆଉ ୨ଟି ମଣ୍ଡି ଖୋଲିଛି। ଏହି ସବୁ ମଣ୍ଡିରୁ ୯ ତାରିଖରୁ ଖୋଲିବ ବୋଲି ଆର୍ଏମ୍ସିର ସଂପାଦକ ସଲମେନ ଟେଟେ ପ୍ରକାଶ କରିଛନ୍ତି। ରେଡ଼ାଖୋଲ ଉପଖଣ୍ତରେ ଥିବା ୧୨ ସମବାୟ ସମିତିରୁ ୧୧ଟି ସମବାୟ ସମିତି ଏହି ୧୮ଟି ମଣ୍ତିର ଧାନ କିଣାବିକା ପାଇଁ ଦାୟିତ୍ବରେ ଅଛନ୍ତି।
ପ୍ରକାଶ ଥାଉକି ବଡ଼ବାହାଳ ମଣ୍ତିରେ ଆଦିଶକ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଲୁହାପଙ୍କ ମଣ୍ତିରେ ବିନ୍ଧ୍ୟବାସୀନୀ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କୁ ଧାନ କିଣିବା ପାଇଁ ଦାୟିତ୍ବ ଦିଆଯାଇଛି।