୬୦ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ପାଇଁ ଯୋଜନା

୪୮ ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଆସିବ ଟଙ୍କା, ୯ଟି ଜିଲ୍ଲାରେ ୧୫୦ ମହିଳା ଗୋଷ୍ଠୀ କିଣିବେ ଧାନ

ଭୁବନେଶ୍ବର : ଚଳିତବର୍ଷ ୬୦ଲକ୍ଷ େମଟ୍ରିକ୍ ଟନ୍ ଧାନ କିଣାଯିବ। ଆଜି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଧାନ କିଣା କମିଟି ବୈଠକରେ ଏହି ନିଷ୍ପତ୍ତି େହାଇଛି। ଧାନ କିଣା ହେବାର ୪୮ ଘଣ୍ଟା ମଧ୍ୟରେ ଚାଷୀ େଯଭଳି ପଇସା ପାଆନ୍ତି, ତାହାକୁ ନିଶ୍ଚିତ କରିବା ଲାଗି ମୁଖ୍ୟଶାସନ ସଚିବ ବିଭାଗକୁ ନିର୍ଦେଶ େଦଇଛନ୍ତି। ସେହିଭଳି ୯ଟି ଜିଲ୍ଲାରେ ୧୫୦ଟି ସ୍ବୟଂ ସହାୟକ େଗାଷ୍ଠୀଙ୍କୁ ସାମିଲ କରିବାକୁ ନିଷ୍ପତ୍ତି େହାଇଛି। ଧାନ କିଣା ପ୍ରକ୍ରିୟାକୁ ମଧ୍ୟସ୍ଥ ତଥା ଦଲାଲ ମୁକ୍ତ କରିବା ଲାଗି ଏହାକୁ ସମ୍ପୂର୍ଣ୍ଣ ଭାବେ ଆଧାର ଭିତ୍ତିକ କରିବାକୁ ବୈଠକରେ ସହମତି େହାଇଥିଲା।

ରାଜ୍ୟ େଲାକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ େଯାଗାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ କହିଥିଲେ, ଚଳିତବର୍ଷ ୧୨.୩୫ଲକ୍ଷ ଚାଷୀ ପଞ୍ଜୀକୃତ େହାଇଛନ୍ତି। ଧାନ କିଣା ନଭେମ୍ବରରୁ ଆରମ୍ଭ େହବ ଓ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭାଗଚାଷୀଙ୍କୁ ଅଧିକ ଗୁରୁତ୍ବ ଦିଆଯାଇଛି। ଚଳିତ ଖରିଫ୍ ଋତୁରେ ୨୬୬୮ଟି ପ୍ରାଥମିକ କୃଷି ସମବାୟ ସମିତି ଧାନ କିଣା ପ୍ରକ୍ରିୟାରେ ସାମିଲ ହେବେ। କ୍ରୟ ପ୍ରକ୍ରିୟାକୁ ଅନ୍ ଲାଇନ୍ କରାଯିବ। କେବଳ ନିର୍ଭରଯୋଗ୍ୟ ଇଣ୍ଟରନେଟ୍ ବ୍ୟବସ୍ଥା ନଥିବା ୧୨୫ଟି ସମିତିରେ ଅଫ୍ ଲାଇନ ବ୍ୟବସ୍ଥା ରହିବ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ଗତ ଋତୁରେ କଳାହାଣ୍ଡି ଜିଲ୍ଲାର ୧୭ଟି ମହିଳା ସ୍ବୟଂ ସହାୟକ େଗାଷ୍ଠୀଙ୍କୁ ଧାନ କିଣାରେ ପରୀକ୍ଷାମୂଳକ ଭାବେ ସାମିଲ କରାଯାଇଥିଲା। ଏହାର ସଫଳତା ଭିତ୍ତିରେ ଏଥର ବରଗଡ, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, କଳାହାଣ୍ଡି, େକାରାପୁଟ, ନୂଆପଡା, ସମ୍ବଲପୁର ଓ େସାନପୁର ଜିଲ୍ଲାରେ ୧୫୦ େଗାଷ୍ଠୀଙ୍କୁ ସାମିଲ କରାଯିବ।

ବୈଠକରେ ଧାନ କିଣାରେ ଅଂଶଗ୍ରହଣ କରୁଥିବା ମିଲରଙ୍କ ପାଇଁ ମଧ୍ୟ ସର୍ତାବଳୀ ସ୍ଥିର େହାଇଥିଲା। ପୂର୍ବରୁ ନେଇଥିବା ଧାନ ବାବଦରେ ୧୦୦ ପ୍ରତିଶତ ଭାଗ ଚାଉଳ ଦେଇନଥିବା କିମ୍ବା େଯାଗାଣ ନିଗମର ହିସାବପତ୍ର ବାକି ରଖିଥିବା ମିଲରମାନଙ୍କୁ ଏଥର ଧାନ କିଣିବାକୁ ଅନୁମତି ଦିଆଯିବ ନାହିଁ। ଧାନ କିଣା ପାଇଁ ୩୩୧୧ଟି ମଣ୍ଡି, ୨୫୯ଟି ଡିପୋ, ୧୩୦୦ ମିଲରଙ୍କୁ ତାଲିକାଭୁକ୍ତ କରାଯାଇଥିବା ଅଧିକାରୀମାେନ କହିଥିଲେ। ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ, ସୂଚନା ଓ ପ୍ରଯୁକ୍ତ ବିଦ୍ୟା ବିଭାଗର ସଚିବ ମନୋଜ ମିଶ୍ର, ମିସନ ଶକ୍ତି ନିର୍ଦେଶିକା ସୁଜାତା କାର୍ତିକେୟନ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର