ଭୁବନେଶ୍ବର : ପଞ୍ଜୀକୃତ ଚାଷୀ ବାହାରେ ରହୁଥିଲେ କିମ୍ବା ମଣ୍ଡିକୁ ଆସି ନପାରିଲେ ତାଙ୍କ ବଳକା ଧାନ ସରକାର କିଣିବେ। ଏଥିପାଇଁ ପଞ୍ଜୀକୃତ ଚାଷୀ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ମନୋନୀତ କରି ନିର୍ଦ୍ଧାରିତ ଫର୍ମରେ ସମବାୟ ସମିତିରେ ଦାଖଲ କଲେ ସେ ଚାଷୀଙ୍କ ଧାନ କିଣାଯିବ। ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯୁଗ୍ମ ଶାସନ ସଚିବ ବିଜୟ କୁମାର ପୃଷ୍ଟି ସମସ୍ତ ଜିଲ୍ଲାପାଳ ଓ ସମବାୟ ସମିତି ସମୂହ ନିବନ୍ଧକଙ୍କୁ ଚିଠି ଲେଖି ଜଣାଇଛନ୍ତି। ଯୁଗ୍ମ ଶାସନ ସଚିବ ଶ୍ରୀ ପୃଷ୍ଟି ଜଣାଇଛନ୍ତି, ଯେଉଁ ପଞ୍ଜୀକୃତ ଚାଷୀମାନେ ପ୍ରବାସରେ ଅବସ୍ଥାନ କରୁଛନ୍ତି, ସେମାନେ ବ୍ୟକ୍ତିଗତ ଭାବେ ଧାନ କିଣା କେନ୍ଦ୍ରରେ ଉପସ୍ଥିତ ରହିପାରୁନଥିବାରୁ ସେମାନଙ୍କ ଧାନ ବିକ୍ରି ହୋଇପାରୁନଥିବା ନେଇ ବିଭାଗର ନଜରକୁ ଆସିଥିଲା। ଏହି ଅସୁବିଧାକୁ ଦୂର କରିବା ପାଇଁ ପଞ୍ଜୀକୃତ ଚାଷୀଙ୍କ ପରିବାର ସଦସ୍ୟ ସମ୍ପୃକ୍ତ ଚାଷୀଙ୍କ ତରଫରୁ ଧାନ ବିକ୍ରି କରିପାରିବେ। ଏ ନେଇ ଜିଲ୍ଲା ପ୍ରଶାସନ ଓ ସମବାୟ ସମିତି ନିବନ୍ଧକ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପଞ୍ଜୀକୃତ ଚାଷୀଙ୍କ ପରିବାର ସଦସ୍ୟ ବି ଧାନ ବିକ୍ରି କରିପାରିବେ, ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଯୋଗାଣ ବିଭାଗ
/sambad/media/post_attachments/wp-content/uploads/2019/04/paddy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)