ଭୁବନେଶ୍ବର : ରାଜ୍ୟେର ଧାନର ଅଭାବୀ ବିକ୍ରି ଚାଲିଛି। ଏହା ସହିତ ମିଲ୍ ମାଲିକମାନେ କଟନୀ ଛଟନୀ ଆଳରେ ଚାଷୀଙ୍କଠାରୁ ୧୦ରୁ ୧୨ କିଲୋ ପର୍ଯ୍ୟନ୍ତ ଧାନ ଲୁଟି ନେଉଛନ୍ତି। ଫଳରେ ଚାଷୀ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ଯଦି ଅଭାବୀ ବିକ୍ରି କାରଣରୁ ଆଗାମୀ ଦିନରେ କେହି ଚାଷୀ ଆତ୍ମହତ୍ୟା କରନ୍ତି, ସେଥିପାଇଁ ସରକାର ଦାୟୀ ରହିବେ ଚେତାବନୀ ଦେଇ ସରକାରଙ୍କ ବିରୁଦ୍ଧରେ ଗର୍ଜନ କରିଛି ରାଜ୍ୟ କଂଗ୍ରେସ।
ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ କହିଲେ ଯେ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ, ସମ୍ମାନ ଓ ସୁରକ୍ଷା ଦେବାରେ ସରକାର ସ˚ପୂର୍ଣ୍ଣ ବିଫଳ ହୋଇଛନ୍ତି। ବର୍ତମାନ ସୁଦ୍ଧା ସବୁ ଜାଗାରେ ମଣ୍ତି ଖୋଲାଯାଇ ନାହିଁ। ଚାଷୀମାନେ ବାଧ୍ୟ ହୋଇ ଅସାଧୁ ବ୍ୟବସାୟୀଙ୍କୁ ଅପେକ୍ଷାକୃତ କମ୍ ଦାମ୍ରେ ଧାନ ଦେବାକୁ ବାଧ୍ୟ ହେଉଛନ୍ତି। ସେ ପଟେ କେନ୍ଦ୍ର ସରକାର ସ୍ବାମୀନାଥନ୍ କମିଟି ରିପୋର୍ଟକୁ ଅଣଦେଖା କରି ଧାନର ସହାୟକ ମୂଲ୍ୟ ଦେଢଗୁଣା ବୃଦ୍ଧି କରିବାରେ ବିଫଳ ହୋଇଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଗୁଁ ରାଜ୍ୟର ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ଶହ ଶହ କୋଟି ଖର୍ଚ୍ଚ କରି ହକିରେ ମାତିଥିବା ରାଜ୍ୟ ସରକାର ଚାଷୀଙ୍କ ସମସ୍ୟା ପ୍ରତି ବେଫିକର। ପ୍ରାଇସ୍, ପ୍ରେଷ୍ଟିଜ୍ ଏବ˚ ପେନ୍ସନ୍ ଦାବି ନେଇ କୃଷକଙ୍କ ଦାବି ପ୍ରତି ସମ୍ବେଦନହୀନ ରାଜ୍ୟ ସରକାର ଚୁପ୍ ବସିଛନ୍ତି। ଚାଷୀଙ୍କ ସମସ୍ୟା ନେଇ ତୁରନ୍ତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ କ˚ଗ୍ରେସ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ମନୋଜ ମହାପାତ୍ର, ପ୍ରଶାନ୍ତ ଶତପଥୀ, ହିମା˚ଶୁ ଲେଙ୍କା, ରଜନୀ କୁମାର ମହାନ୍ତି, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/paddy-1.jpg)