ମୈଦଲପୁର : ପାହାଡାହାଣ୍ଡି ବ୍ଲକ ଅନ୍ତର୍ଗତ ମୈଦଲପୁର ଠାରେ ଗତ ୭ ତାରିଖରୁ ମଣ୍ଡି ଆରମ୍ଭ ହୋଇଛି। ପ୍ରଥମ ଦିନ ତୁମ୍ବର୍ଲାରୁ ଧାନ ସଂଗ୍ରହ କରାଯାଇଥିଲା। ଶନିବାର ଦିନ ୨ୟ ପଯ୍ୟାୟରେ ଧାନ ସଂଗ୍ରହ କରିବାର ଥିଲା। କିନ୍ତୁ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଚାଷୀ ମାନେ ମଣ୍ଡିକୁ ସରକାରଙ୍କ ଉଚିତ ମୂଲ୍ୟ ପାଇବା ପାଇଁ ଧାନ ଆଣିଥାନ୍ତି। ଏଥିପାଇଁ ଚାଷୀ ମାନଙ୍କୁ କାର୍ଡ଼ ମିଳିଥିଲା। କିନ୍ତୁ ମିଲ ମାଲିକ, ଆରଏମସି ଓ ଲ୍ୟାମ୍ପସ କର୍ମଚାରୀ ମିଶି ସରକାରଙ୍କ ନିର୍ଦେଶ ଅନୁଯାୟୀ ଧାନ ଆଣିବାକୁ ବାରଣ କରାଯାଇଛି। ଫଳରେ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରି ଧାନ ବିକ୍ରି କରି ପାରିନାହାନ୍ତି। ସେହିପରି ମୈଦଲପୁର, ସେମଳା ଓ କତ୍ରାର ଶହ ଶହ ଚାଷୀ ଧାନ ବିକ୍ରୟ ପାଇଁ ଟୋକେନ ନେବାକୁ ଲ୍ୟାମ୍ପସକୁ ଆସିଥିଲେ। କିନ୍ତୁ କର୍ମଚାରୀ ଅନୁପସ୍ଥିତ ରହିବାରୁ ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦ ସ୍ବରୂପ ସମସ୍ତ ଚାଷୀ ମୈଦଲପୁର ଲ୍ୟାମ୍ପସ ଏମଡିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ନହେବାରୁ ଆସନ୍ତାକାଲି ଲ୍ୟାମ୍ପସକୁ ତାଲା ପକାଇବାକୁ ସ୍ଥିର କରିଥିବା ଚାଷୀ ନୀଳ ଅଗ୍ରୱାଲ, ହିମାଂଶୁ ସାହୁ, ବୈଦ୍ୟନାଥ ସାହୁ, ଗଣେଶ ଅଗ୍ରୱାଲ, ଡମ୍ବରୁ ପୂଜାରୀ, ରାମପ୍ରସାଦ ବିଷୋୟୀ ଓ ଅନେକ ଚାଷୀ କହିଛନ୍ତି।
ମୈଦଲପୁର ମଣ୍ଡିରେ ଚାଷୀ ଅସନ୍ତୋଷ
/sambad/media/post_attachments/wp-content/uploads/2018/12/mandi-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)