ଶହ ଶହ କୋଟିର ଧାନ କିଣା କେଳେଙ୍କାରୀ : ଦୁଇ ଚକିଆରେ ଧାନ ପରିବହନ ନେଇ ସମସ୍ତେ ଚୁପ୍
୨୦୧୫ରେ ବି ସିଏଜି ଧରିଥିଲେ, ତଥାପି ଚେତିନାହାନ୍ତି, ଗୁଣାତ୍ମକ ମାନ, ଅଖା, କଟନି ଛଟନି ନାଁରେ ଲୁଟୁଛନ୍ତି
ଭୁବନେଶ୍ବର : ଗତ ମେ’ ୩୦ ତାରିଖରେ ବରଗଡ ସରସରା ସମବାୟ ସମିତିରୁ ଓଆର୍ ୧୭ଜି ୮୫୧୯ ଗାଡି(ଟିପି ନମ୍ବର ୭୬୨)ରେ ଧାନ ମିଲକୁ ଯାଇଛି। ତନାଘନା ପରେ ଜଣାପଡିଛି, ଏହି ନମ୍ବରଟି କୌଣସି ଚାରିଚକିଆ ଯାନର ନୁେହଁ, ବରଂ ଗୋଟିଏ ଷ୍ଟାର ସିଟି ମୋଟର ସାଇକେଲର।
Sambad is now on WhatsApp
Join and get latest news updates delivered to you via WhatsApp
ମେ’ ୧୫ ତାରିଖରେ େଗାବିନ୍ଦପୁର ସମବାୟ ସମିତିରୁ ଓଆର୍ ୧୫ ଏଲ୍ ୩୫୮୮ (ଟିପି ନମ୍ବର ୯୧)ରେ ୨୩ ଟନ୍ ଧନ ଯାଇଛି ମିଲକୁ। ଅଡଗାଁ ସମବାୟ ସମିତିରୁ ଓଆର୍ ୧୭ବି ୪୫୭୧ ଗାଡି (ଟିପି ନମ୍ବର ୮୨) ରେ ୨୨ ଟନ୍ ମିଲକୁ ପଠାଯାଇଛି। ଏସବୁ ସ୍କୁଟି ଓ ସ୍କୁଟରର ନମ୍ବର।
ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଥିବା ଏହି ଚିତ୍ର ରାଜ୍ୟରେ ଧାନ କିଣା କେଳେଙ୍କାରୀ ପ୍ରସଙ୍ଗକୁ ପୁଣି ତାଜା କରିଛି। ସବୁଠାରୁ ଚାଞ୍ଚଲ୍ୟକର କଥା େହଲା, ଘଟଣା ସାମ୍ନାକୁ ଆସିବାର ୪୮ ଘଣ୍ଟା ବିତିଲାଣି। ଜିଲ୍ଲା ପ୍ରଶାସନ ଏଯାଏ କାର୍ଯ୍ୟାନୁଷ୍ଠାନ ନେଇନାହିଁ। ୧୭ ତାରିଖରେ ବିଧାନସଭାରେ ଏ ପ୍ରସଙ୍ଗ ଉଠିଲା। ଗୃହରେ କୃଷି ମନ୍ତ୍ରୀ ଏ ପ୍ରସଙ୍ଗ ଶୁଣିଲେ ଓ ଚୁପ୍ ବସିଲେ। ରାଜ୍ୟ ସରକାରଙ୍କ ସମବାୟ ବିଭାଗ ମଧ୍ୟ ବେଫିକର ହୋଇ ବସିଛି। ଘଟଣାରେ କାର୍ଯ୍ୟାନୁଷ୍ଠାନ େନବା ପରିବର୍ତେ ମନ୍ତ୍ରୀ, ସଚିବ ଓ ଅଧିକାରୀଙ୍କ ନିରବତା ସଙ୍କେତ େଦଉଛି େଯ ଏହି େକଳେଙ୍କାରୀର େଚର ମୂଳରୁ ଚୂଳ ଯାଏ ଲମ୍ବିଛି। େକବଳ େସତିକି ନୁେହଁ, ଏହି ପ୍ରସଙ୍ଗକୁ ଉଖାରିବା ପରେ ଏକଥା ଜଣାପଡିଲାଣି େଯ ଧାନ କିଣା େକ୍ଷତ୍ରରେ ଅସାଧୁ େଗାଷ୍ଠୀ ସର୍ବ ସମ୍ମୁଖରେ ଶହ େକାଟି ଲୁଟି େନଉଛନ୍ତି ଓ ଚାଷୀ ଲୁଟର ଶିକାର େହଉଛି।
ନିୟମ ଅନୁସାରେ, ଚାଷୀ ମଣ୍ଡିକୁ ଧାନ େନବା ପରେ ତାହା ଏଫ୍ଏକ୍ୟୁ ମାନ କି ନାହିଁ, ତାହା ପରୀକ୍ଷା କରାଯିବା କଥା। ଏଥିପାଇଁ ଏକ ସ୍ବତନ୍ତ୍ର େମସିନ୍ ରହିଛି। ଯଦି ଏଫ୍ଏକ୍ୟୁ ନୁେହଁ େବାଲି ଜଣାଯାଏ, େତବେ ଏହାର ମାନ ପରିବର୍ତନ ଲାଗି ମଧ୍ୟ ଆଉ ଏକ ସ୍ବତନ୍ତ୍ର େମସିନ୍ ରହିବା କଥା। କୌତୂହଳର କଥା େହଲା, ରାଜ୍ୟର ସିଂହଭାଗ ପାକ୍ସ ବା ଲାମ୍ପ୍ସରେ ଏଭଳି େମସିନ୍ ନାହିଁ। ଯଦିଓ ପାକ୍ସ ଓ ଲାମ୍ପସ ଲକ୍ଷ ଲକ୍ଷ ଟଙ୍କାର ଲାଭ ପାଉଛନ୍ତି, ମାନ ପରୀକ୍ଷା ଲାଗି େମସିନ୍ କିଣୁନାହାନ୍ତି। ଏହାକୁ େଯାଜନାବଦ୍ଧ ଷଡଯନ୍ତ୍ର େବାଲି କୁହାଯାଉଛି ଓ ପରିଣାମରେ ଚାଷୀ ସାଂଘାତିକ କ୍ଷତି ସହୁଛି।
କଟନି ଛଟନି ଆଳରେ ଅଧିକାରୀମାେନ ୫ରୁ ୧୧ େକଜି ପର୍ଯ୍ୟନ୍ତ ଧାନ କାଟି େଦଉଥିବା ବିଧାୟକମାେନ ଅଭିେଯାଗ କରିଛନ୍ତି। ଏହାଦ୍ବାରା େଯଉଁମାେନ ଏଫ୍ଏକ୍ୟୁ ମାନର ଧାନ ଆଣୁଛନ୍ତି, େସମାନଙ୍କୁ ହଜାର ହଜାର ଟଙ୍କା ହରାଇବାକୁ ପଡୁଛି। ଏ ବାବଦ ଧାନର ଅର୍ଥ କିଏ ବାଟମାରଣା କରୁଛି, ସମଗ୍ର ରାଜ୍ୟର ଧାନ ସଂଗ୍ରହକୁ ବିଚାରକୁ େନଲେ ହୁଏ, କଟନି ଛଟନିର ପରିମାଣ େକତେହେବ ଓ େକାଟି େକାଟି ଟଙ୍କା କିଭଳି ଶୂନ୍ୟରେ ମିଳାଇ ଯାଉଛି, ତାହା ତଦନ୍ତ ସାେପକ୍ଷ। ୨୦୧୫ ମସିହାରେ ସିଏଜି (କ୍ବିଣ୍ଟାଲ ପିଛା ୨ େକଜି କଟାଯିବା) ଏହାର ପରିମାଣ ୩୦୫ େକାଟିରୁ ଅଧିକ େବାଲି ମତ େଦଇଥିେଲ। ବର୍ତମାନ େଯଉଁ ହାରରେ କଟାଯାଉଥିବା ଅଭିେଯାଗ ଆସୁଛି, ତାର ପରିମାଣ ୫୦୦ େକାଟି େଡଇଁଯିବା ବିଚିତ୍ର ନୁେହଁ।
କେଳେଙ୍କାରୀ ଏତିକିରେ ସୀମିତ ନାହିଁ। ନିୟମ ଅନୁସାରେ, ଚାଷୀ ଧାନ ଓଜନ କରି ସାରିବା ପରେ ଅଖା ଓଧାନ ବିକ୍ରି ରସିଦ୍ ସହ େଫରିବ ଓ େସଠାରୁ ନିଜସ୍ବ ଅଖାରେ ମିଲର ଧାନ େନବା କଥା। କିନ୍ତୁ େଗାଟିଏ ପଟେ ପାକ୍ସ କିମ୍ବା ଲାମ୍ପସରେ ଚାଷୀକୁ ଅଖା େଫରାଯାଉନାହିଁ। ଏହି ଅଖା େକଳେଙ୍କାରୀ େନଇ ପୂର୍ବରୁ ସିଏଜି ମଧ୍ୟ ତାଙ୍କ ରିେପାର୍ଟ ଉଲ୍ଲେଖ କରୁଛନ୍ତି। ଅନ୍ୟପକ୍ଷରେ ଅଖା ସହିତ ଧାନ ଓଜନ କାରଣରୁ ଚାଷୀ ମଧ୍ୟ କ୍ଷତି ସହୁଛନ୍ତି।
କୌତୂହଳର କଥା େହଲା, ସ୍କୁଟର ବା ସ୍କୁଟିରେ ପରିବହନ େକ୍ଷତ୍ରରେ ସାମ୍ନାକୁ ଆସୁଥିବା େକଳେଙ୍କାରୀ ଆଜିର ଘଟଣା ନୁେହଁ। ତିନି ବର୍ଷ ତଳୁ ସିଏଜି ଅନୁଧ୍ୟାନ କରି େଦଖିଛନ୍ତି େଯ ୨୦୧୧ରୁ ୨୦୧୫ ମଧ୍ୟରେ ଟନ୍ ଟନ୍ ଧାନ ପରିବହନ ଦୁଇ ଚକିଆ ଯାନରେ କରାଯାଇଛି। ୩୭ କ୍ବିଣ୍ଟାଲରୁ ୨୧୦ କ୍ବିଣ୍ଟାଲ ପର୍ଯ୍ୟନ୍ତ ଧାନ କିଭଳି ଦୁଇ ଚକିଆରେ ପରିବହନ େହଉଛି, େସ େନଇ ସିଏଜି େସତେବେେଳ ବିସ୍ମୟ ପ୍ରକାଶ କରିଛନ୍ତି। େହଲେ ଏକଥା ଜାଣିବା ପରେ ବି ସରକାର କାର୍ଯ୍ୟାନୁଷ୍ଠାନ ନ େନବା ଓ ବର୍ତମାନ ମଧ୍ୟ ଅନୁରୂପ ଢଙ୍ଗରେ ଲୁଟତରାଜ ଚାଲିବା ଘଟଣା ସବୁ ଏହି ଦୁର୍ନୀତିର ଗମ୍ଭୀରତାକୁ ବଢାଇ େଦଇଛି। ପରିବହନ େକ୍ଷତ୍ରରେ େହଉଥିବା ଏହି େକଳେଙ୍କାରୀ ରି ସାଇକ୍ଲିଂ ଓ ଅଭାବୀ ବିକ୍ରି ଆଡକୁ ବି ଇଙ୍ଗିତ କଲାଣି।