ଧାନ ସଂଗ୍ରହରେ କୋଟିଏ ଟଙ୍କାର ଅନିୟମିତତା, ଷ୍ଟାଟସ୍‌ ରିପୋର୍ଟ ଦାଖଲ ନିର୍ଦେଶ

ଭୁବନେଶ୍ବର : ଧାନ ସଂଗ୍ରହରେ କୋଟିଏ ଟଙ୍କାର ଅନିୟମିତତା ଶୀର୍ଷକ ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ନେଇ ୭ ଦିନ ମଧ୍ୟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ହୋଇଛି। ସମ୍ବଲପୁର, ବରଗଡ଼ ଜିଲ୍ଲାର ଡିଆରସିଏସଙ୍କୁ ଏହି ନିର୍ଦେଶ ଦେଇଛନ୍ତି ରାଜ୍ୟ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାର୍‌। ସମ୍ବଲପୁର, ବରଗଡ଼ ଜିଲ୍ଲାର ସମୁଦାୟ ୮୩ଟି ପ୍ୟାକ୍ସ ଖରିଫ ଧାନ ସଂଗ୍ରହରେ ୧ କୋଟି ୨୮ ଲକ୍ଷ ୩୮ ହଜାର ୧୮୦ ଟଙ୍କାର ଅନିୟମିତତା ନେଇ ଅଡିଟ୍ ରିପୋର୍ଟରେ ଧରା ପଡ଼ିଛି। ୨୦୦୯ରୁ ୨୦୧୪ ମସିହା ମଧ୍ୟରେ ଏହି ପ୍ୟାକ୍ସଗୁଡ଼ିକ ମଣ୍ଡି ପରିଚାଳନାରେ ମାତ୍ରାଧିକ ଖର୍ଚ, ଧାନ ସର୍ଟେଜ୍‌, ଧାନ କମିସନ୍‌ ସୁଧ ବାବଦରେ ବ୍ୟାପକ ଦୁରୁପଯୋଗ ହୋଇଥିବା ନେଇ ଏଥିରେ ଉଲ୍ଲେଖ ରହିଛି। ଏହି ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀ ଅବଗତ ଥାଇ ସୁଦ୍ଧା ୫ବର୍ଷ ପରେ ବି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏ ସମ୍ପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶିତ ହେବା ପରେ ଏହା ପଦାକୁ ଆସିଛି।

ସମ୍ବନ୍ଧିତ ଖବର