ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭରୁ ଜିଲ୍ଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଥିବା ବେଳେ ମଣ୍ଡି ବନ୍ଦ ହୋଇଥିଲେ ମଧ୍ୟ ପଞ୍ଜୀକୃତ ଚାଷୀମାନେ ସେମାନଙ୍କର ଉପାର୍ଜନ ଫସଲ ମଣ୍ଡିରେ ବିକ୍ରି କରିପାରି ନାହାନ୍ତି। ଫଳରେ ଚାଷୀମାନେ ଅସୁବିଧାରେ ପଡ଼ିଛନ୍ତି। କିଛି ଚାଷୀ ଖରିଫ ଚାଷର ଧାନ ବିକ୍ରି ହୋଇ ନଥିବାରୁ ହାତରେ ଟଙ୍କା ଅଭାବ ହେତୁ ରବି ଚାଷ କରି ନଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ନୂଆପଡ଼ା ଜିଲ୍ଲା ୨୬ଟି ପ୍ୟାକ୍ସରେ ୩୦ ହଜାର ୯୬୬ ଜଣ ଚାଷୀ ପଞ୍ଜୀଅତ କରିଥିଲେ। ୨୭ ହଜାର ୫୦ ଜଣ ଚାଷୀଙ୍କଠାରୁ ଧାନ କ୍ରୟ କରାଯାଇଛି। ୩୯୧୬ ଜଣ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ରହିଛନ୍ତି। ସେହିପରି ନୂଆପଡ଼ା ଜିଲ୍ଲା ୧୬ଟି ଏଚ୍ଏଜି ଗ୍ରୁପରେ ୪୮୫୨ ଚାଷୀ ପଞ୍ଜୀକୃତ କରିଥିଲେ। ୪୪୯୫ ଜଣ ଚାଷୀ ମଣ୍ଡିରେ ଧାନ ବିକ୍ରି କରିଛନ୍ତି। ୩୫୭ ଜଣ ଚାଷୀ ଧାନ ବିକ୍ରି କରି ପାରି ନାହାନ୍ତି। ସେହିପରି ମୋଟ୍ ପ୍ୟାକ୍ସ ଓ ଏସ୍ଏଚ୍ଜି ମିଶି ୩୫ ହଜାର ୮୧୮ ଚାଷୀ ରହିଥିବା ବେଳେ ୩୧ ହଜାର ୫୪୫ ଜଣ ଚାଷୀଙ୍କଠାରୁ ୧୬ ଲକ୍ଷ ୫୨ ହଜାର ୫୫୨ କ୍ବିଣ୍ଟାଲ ଧାନ କ୍ରୟ କରାଯାଇଛି। ୪୨୭୩ ପଞ୍ଜିକୃତ ଚାଷୀ ଧାନ ବିକ୍ରି କରିବାକୁ ବଞ୍ଚିତ ରହିଛନ୍ତି। ବୋଡ଼େନ ପ୍ୟାକ୍ସରେ ୧୦୪ ଚାଷୀ ବଞ୍ଚିତ ରହିଛନ୍ତି।
ସେପରି କରଙ୍ଗାମାଲ ପ୍ୟାକ୍ସରେ ୨୩୨ ଚାଷୀ, ଖଇରା ପ୍ୟାକ୍ସରେ ୪୨ଚାଷୀ, ଖଡ଼ିଆଳ ପ୍ୟକ୍ସରେ ୩୨ ଚାଷୀ, ବି ବରଗାଁ ୪୧ ଚାଷୀ, ଭୋଜପୁର ପ୍ୟାକ୍ସରେ ୬୭ ଚାଷୀ, ଡୁଆଝର ପ୍ୟାକ୍ସରେ ୧୯୫ ଚାଷୀ ତୁକଲା ପ୍ୟାକ୍ସରେ ୩୪ ଚାଷୀ, ତରବୋଡ଼ ପ୍ୟାକ୍ସରେ ୪୫୩ ଚାଷୀ, ପେଣ୍ଡରାବନ୍ଦ ପ୍ୟାକ୍ସରେ ୮ ଚାଷୀ, କୋମନା ପ୍ୟାକ୍ସରେ ୧୫୧ ଚାଷୀ, ଭେଲା ପ୍ୟାକ୍ସରେ ୧୯୭ ଚାଷୀ, କାଣ୍ଡେତରା ପ୍ୟାକ୍ସରେ ୧୧୭ ଚାଷୀ, ଲଖନା ପ୍ୟାକ୍ସରେ ୩୮୯ ଚାଷୀ, ନୂଆପଡ଼ା ପ୍ୟାକ୍ସରେ ୧୩୮ ଚାଷୀ, ଦର୍ଲିମୁଣ୍ଡା ପ୍ୟାକ୍ସରେ ୧୪୭ ଚାଷୀ, ଧରମବନ୍ଧା ପ୍ୟାକ୍ସରେ ୧୬୧ ଚାଷୀ, ସାରାବଙ୍ଗ ପ୍ୟାକ୍ସରେ ୨୫୭ ଚାଷୀ, ପରକୋଡ଼ ପ୍ୟାକ୍ସରେ ୯୮ ଚାଷୀ, କୁଲିଆବନ୍ଧା ପ୍ୟାକ୍ସରେ ୩୯୨ ଚାଷୀ, ବେଲଟୁକୁରୀ ପ୍ୟାକ୍ସରେ ୧୮୪ ଚାଷୀ, ସିନାପାଲି ପ୍ୟାକ୍ସରେ ୪୪ ଚାଷୀ, ହାତୀବନ୍ଧା ପ୍ୟାକ୍ସରେ ୯୪ ଚାଷୀ, ନିଳଜୀ ପ୍ୟାକ୍ସରେ ୫୫ ଚାଷୀ, କେନ୍ଦୁମୁଣ୍ଡା ପ୍ୟାକ୍ସରେ ୫୮ ଚାଷୀ, ଖରିଆର ରୋଡ୍ ୧୭୩ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ରହିଛନ୍ତି।
ନୂଆପଡ଼ା ମାଁ ଦୁଆରସିନୀ ଏନ୍ଏସିରେ ୨୪ ଚଣା ଚାଷୀ, ନବୀନ ମହିଳା ଏସ୍ଏଚ୍ଜିରେ ୧୧ ଜଣ ଚାଷୀ, ଲକ୍ଷ୍ମୀ ଏସ୍ଏଚ୍ଜିରେ ୨୦ ଜଣ ଚାଷୀ, ତୁଲସୀ ଏସ୍ଏଚ୍ଜିରେ ୭୬ ଜଣ ଚାଷୀ, ଏକତା ଏସ୍ଏଚ୍ଜିର ୪୧ ଜଣ ଚାଷୀ, ବେପାରୀନ ଏସ୍ଏଚ୍ଜିର ୬୫ ଜଣ ଚାଷୀ, ତୁଲସୀ ଏସ୍ଏଚ୍ଜି ଝିଙ୍ଗଝରରେ ୨୩ ଜଣା ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାର ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ନୂଆପଡ଼ା ଜିଲ୍ଲାରେ ୪ ହଜାରରୁ ଅଧିକ ଚାଷୀ ଧାନ ବିକ୍ରି କରି ନଥିବା ବେଳେ ପ୍ରଶାସନ ମଣ୍ଡି ବନ୍ଦ କରିଦେବା ଫଳରେ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/11-18.jpg)