ଗଣଦୁଷ୍କର୍ମ ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ପଦିଆ ସାହୁ ଚିକିତ୍ସାଧୀନ ଅବସ୍ଥାରେ ମୃତ

ଭୁବନେଶ୍ୱର : ବହୁଚର୍ଚ୍ଚିତ ବାରଙ୍ଗ ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ପଦିଆ ସାହୁର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ଅସୁସ୍ଥଥିବାରୁ ତାକୁ ଗତ ୨୧ ତାରିଖରେ ଝାଡ଼ପଡ଼ା ଜେଲ କତ୍ତ୍‌ୃର୍ପକ୍ଷ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
୧୯୯୯ ମସିହା ଜାନୁଆରି ୯ରେ ବାରଙ୍ଗ ନିକଟରେ ହୋଇଥିବା ଗଣଦୁଷ୍କର୍ମ ମାମଲା ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା । ଏହି ମାମଲାର ବିଚାର କରି ୨୦୦୨ରେ ଖୋର୍ଦ୍ଧାର ଜିଲ୍ଲା ସେସନ୍ସ ଜଜ୍‌ ୩ ଜଣ ଦୋଷୀଙ୍କ ମଧ୍ୟରୁ ୨ ଜଣ ପ୍ରଦୀପ ସାହୁ ଓରଫ ପଦିଆ ଏବଂ ଦିରେନ୍ଦ୍ର ମହାନ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

ସମ୍ବନ୍ଧିତ ଖବର