ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଭୁବନେଶ୍ବର ସ୍ଥାନାନ୍ତର

ଫୁଲବାଣୀ : ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀଙ୍କୁ ଆଜି ଭୁବନେଶ୍ବରସ୍ଥିତ ଆଦିତ୍ୟ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ଉଦ୍‌ବେଗର କୌଣସି କାରଣ ନାହିଁ ବୋଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରାଜ୍ୟଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ଗତକାଲିଠାରୁ ପୂର୍ଣ୍ଣମାସୀଙ୍କ ପେଟରେ ଯନ୍ତ୍ରଣା ହେଉଛି। ତାଙ୍କର ଅଲ୍‌ଟ୍ରାସାଉଣ୍ଡ ସହିତ ଅନ୍ୟାନ୍ୟ କିଛି ଉନ୍ନତ ଧରଣର ପରୀକ୍ଷାର ସୁବିଧା ଫୁଲବାଣୀ କୋଭିଡ୍‌ ହସ୍ପିଟାଲରେ ନଥିବାରୁ ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି। ପୂର୍ଣ୍ଣମାସୀଙ୍କ ଅମ୍ଳଜାନ ସ୍ତର ସ୍ବାଭାବିକ ରହିଛି ଏବଂ କୋଭିଡ୍‌ ସଂକ୍ରମଣ ମଧ୍ୟ ସାମାନ୍ୟ ରହିଛି। ତାଙ୍କ ଶରୀରରେ ଅନ୍ୟ କୌଣସି ଜଟିଳତା ନାହିଁ। ସେ ସ୍ଥିର ଅଛନ୍ତି ବୋଲି ଡାକ୍ତର ପଟ୍ଟନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର