କୋଭିଡ୍‌ ହସ୍ପିଟାଲ୍‌ରେ ପଦ୍ମଶ୍ରୀ ଟାଡ଼ିସରୁ ବାଇ

ଖଜୁରୀପଡ଼ା : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାସ୍ଥିତ ଚାରିପଡ଼ା ଗ୍ରାମର ଅନନ୍ୟ ପ୍ରତିଭା ତଥା ଲୋକକବି, ଆଦିବାସୀ ସଂସ୍କାରକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନୀ (ଟାଡ଼ିସରୁ ବାଇ) ଆଜି ଫୁଲବାଣୀ ଜିଲ୍ଲା କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ତାଙ୍କ କୋଭିଡ୍‌ ନମୁନା ଗତ ୧୪ ତାରିଖରେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା। ତାଙ୍କୁ ନିଜ ବାସଭବନରେ ସଙ୍ଗରୋଧରେ ରଖାଯାଇ ସ୍ୱାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କ ଦ୍ବାରା ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ହୋଇଥିଲା। ଆଜି ସେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ତୁରନ୍ତ ଏକ କୋଭିଡ୍‌ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଫୁଲବାଣୀ ଜିଲ୍ଲା କୋଭିଡ୍‌ ଚିକିତ୍ସାଳୟକୁ ନିଆଯାଇଛି।

ସମ୍ବନ୍ଧିତ ଖବର