ଭୁବନେଶ୍ବର: ପୂର୍ବତନ ବିଧାୟକ ପଦ୍ମଚରଣ ନାୟକଙ୍କ ‘ଦାଦାଭାଇ ନାରୋଜି’ ପୁସ୍ତକ ଆଜି ଲୋହିଆ ଏକାଡେମିଠାରେ ଉନ୍ମୋଚିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ କହିଲେ, ଭାରତବର୍ଷର ସ୍ବାଧୀନତା ଆନ୍ଦୋଳନର ସଂଗ୍ରାମୀମାନଙ୍କୁ ମନେ ରଖିବା ଏବଂ ସେମାନଙ୍କ କାର୍ଯ୍ୟାବଳୀକୁ ଯୁବପିଢ଼ିଙ୍କ ମାନସପଟରେ ଉଜ୍ଜୀବୀତ ରଖିବା ବର୍ତ୍ତମାନ ବଡ଼ ଆବଶ୍ୟକ ମନେ ହୁଏ। ସେଥିପାଇଁ କଂଗ୍ରେସ ପ୍ରଶିକ୍ଷଣ ଶିବିର କରାଯାଇ ବିଶିଷ୍ଟ ପ୍ରଫେସର ମାନଙ୍କ ଜରିଆରେ ଗାନ୍ଧୀ ଓ ନେହରୁରଙ୍କ ଭାଗିଦାରୀତା ନେଇ ଆଲୋଚନାଚକ୍ର କରାଯାଇଛି। ଏହି ସମୟରେ ବିଶିଷ୍ଟ ସଂଗ୍ରାମୀ ପଦ୍ମଚରଣ ନାୟକଙ୍କ ଏହି ପୁସ୍ତକ ସମସ୍ତଙ୍କ ପାଇଁ ଶିକ୍ଷଣୀୟ ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ।
ପୁସ୍ତକର ସମୀକ୍ଷା କରି କରି ବିଶିଷ୍ଟ ମାନବବାଦୀ ନେତା ରବୀନ୍ଦ୍ରନାଥ ସାହୁ କହିଲେ, ଦାଦାଭାଇ ନାରୋଜି ପୁସ୍ତକର ଲେଖକ ପଦ୍ମଚରଣ ନାୟକ ନବକୃଷ୍ଣ ଚୌଧୁରୀ ଓ ମଧୁସୂଦନଙ୍କର ଉପରେ ପୁସ୍ତକ ରଚନା କରି ଯୁବପିଢ଼ିକୁ ଇତିହାସ ବିଷୟରେ ଶିକ୍ଷା ଦେବାର ପ୍ରୟାସ କରିଛନ୍ତି। ଏବେ ଏହି ପୁସ୍ତକଟି ଏନ୍ୟ ଏକ ଅଧ୍ୟାୟ ଯୋଡ଼ିଲା। ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏହି ପୁସ୍ତକଟି ବର୍ତ୍ତମାନର ପିଢ଼ି ପାଇଁ ଅତ୍ୟନ୍ତ ଉପାଦେୟ ହେବ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଲେଖକ ପଦ୍ମଚରଣ ନାୟକ ସ୍ବାଗତ ଭାଷଣ ଦେଇ କହିଲେ ସ୍ବାଧୀନତା ସଂଗ୍ରାମ ପାଇଁ ସବୁଠାରୁ ଅଧିକ ଦିନ ଜେଲ୍ ଭୋଗିଥିବା ଜବାହାରଲାଲ ନେହରୁଙ୍କ ନାମକୁ ଲୁଚାଇ ଦେବା ପାଇଁ ବର୍ତ୍ତମାନ ହୀନ ଉଦ୍ୟମ ଆରମ୍ଭ ହୋଇଛି। ସେ ସମୟରେ କଂଗ୍ରେସର ପ୍ରତିଷ୍ଠାତାମାନଙ୍କୁ ଲୋକଲୋଚନକୁ ଆଣିବା ଏହି ପୁସ୍ତକ ଏକ ଉଦ୍ୟମ ବୋଲି ଶ୍ରୀ ନାୟକ କହିଥିଲେ। କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବି, ପ୍ରାକ୍ତନ ପ୍ରଫେସର, ଅବସରପ୍ରାପ୍ତ ପ୍ରଶାସକ ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Lohia-yekademire-Pustaka-unmochana.jpg)