ଅବିକଳ କିଶୋର କୁମାରଙ୍କ ପରି ଗୀତ ଗାଇ ଚର୍ଚ୍ଚାରେ ପଦ୍ମନ ଗୌଡ଼, ରାନୁ ମଣ୍ଡଲଙ୍କ ପରେ ଭାଇରାଲ୍‌ ହେଉଛନ୍ତି ଏହି ଓଡ଼ିଆ ପୁଅ

ଜୟପୁର: ଅନେକ ବଣ ମଲ୍ଲୀ ବଣରେ ଫୁଟି ବଣରେ ମଉଳି ପଡ଼େ। ସେପରି ଅନେକ କଳାକାର କଳା ନେଇ ଜନ୍ମ ହୁଅନ୍ତି ସିନା ହେଲେ ଲୋକ ଲୋଚନକୁ ଆସିପାରନ୍ତି ନାହିଁ। ରାନୁ ମଣ୍ଡଲଙ୍କ ପରି ଭାଗ୍ୟ ଅବା କେତେ କଳାକାରଙ୍କୁ ମିଳିଥାଏ। ରେଳବାଇ ଷ୍ଟେସନ୍‌ରୁ ମ୍ୟୁଜିକ୍‌ ରେକର୍ଡ ରୁମ୍‌ ପର୍ଯ୍ୟନ୍ତ ରାନୁ ମଣ୍ଡଲଙ୍କ ଯାତ୍ରା ବିଷୟରେ ତ ସମସ୍ତେ ଜାଣନ୍ତି ମାତ୍ର ତାଙ୍କ ପରି ଆହୁରି ଅନେକ କଳାକାର ଆଢୁଆଳରେ ରହି ଯାଉଛନ୍ତି।

ଆମେ କହୁଛୁ ଓଡ଼ିଶାର ଜୟପୁରର ପଦ୍ମନ ଗୌଡ଼ଙ୍କ ବିଷୟରେ। ସେ ଅବିକଳ କିିଶୋର କୁମାରଙ୍କ ପରି ଗାଇ ଚର୍ଚ୍ଚାରେ ଅଛନ୍ତି। ପଦ୍ମନ ଗୌଡ଼ କିଶୋର କୁମାରଙ୍କର ଅନେକ ଗୀତକୁ ଗାଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛନ୍ତି। ପଦ୍ମନ ବୃତ୍ତିରେ ଜଣେ ଅଟୋ ଚାଳକ। ତାଙ୍କ ଗାଇବାର ଶୈଳୀ ଲୋକଙ୍କୁ ତାଙ୍କ ଆଡ଼କୁ ଟାଣି ନେଉଛି। ସଂଗୀତ ବୃତ୍ତିରେ ନଥିବା ଜଣେ ସାଧାରଣ ଲୋକ ଯେ ଏତେ ସୁମଧୁର ସ୍ୱରରେ ଗୀତ ଗାଇପାରନ୍ତି ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧିତ ଖବର