ବୀରମହାରାଜପୁରରେ ଫୁଟିଲା ପଦ୍ମ, ତିନି ଥରର ବିଧାୟକ ପଦ୍ମନାଭ ବେହେରା ହାରିଲେ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପଦ୍ମ ଫୁଟିଛି। ଏଠାରୁ ୨୦୦୯ରୁ ଏପର୍ଯ୍ୟନ୍ତ ବିଧାୟକ ଥିବା ପଦ୍ମନାଭ ବେହେରା ପରାସ୍ତ ହୋଇଛନ୍ତି। ଇଂଜିନିୟର ରଘୁନାଥ ଜଗଦଲାଙ୍କୁ ୮୫,୩୯୩ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ପଦ୍ମନାଭଙ୍କୁ ୬୩,୫୨୯ ଖଣ୍ଡ ଭୋଟ ମିଳିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଦୀପ ସେଠୀ ୨୨,୪୯୬ ଭୋଟ୍‌ ପାଇଛନ୍ତି। ରଘୁନାଥ ଜଗଦଲା ୨୧,୮୬୬ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ରଘୁନାଥ ଜଗଦଲା ବିଜୟୀ ହେଲା ପରେ ବୀରମହରାଜପୁରରେ ବିଜେପି ନେତା କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି। କର୍ମୀମାନେ କହୁଛନ୍ତି, ବୀରମହାରାଜପୁରରେ ମାଟିର ପୁଅଙ୍କୁ ଲୋକେ ଆଶୀର୍ବାଦ ଦେଇଛନ୍ତି।

ସୂଚନାଯୋଗ୍ୟ, ବିଧାୟକ ପଦ୍ମନାଭ ବେହେରା ୨୦୧୯ ବିଧାନସଭା ନିର୍ବାଚନରେ ୬୫,୨୦୨ ଖଣ୍ଡ ଭୋଟ୍‌ ପାଇଥିଲେ। ଏଠାରେ ରାଘୁନାଥ ଜଗଦଲା ୫୨,୧୪୫ ଖଣ୍ଡ ଭୋଟ୍‌ ପାଇଥିଲେ। ରଘୁନାଥ ଜଗଦଲା ମାତ୍ର ୧୩,୦୫୭ ଖଣ୍ଡ ଭୋଟ୍‌ ବ୍ୟବଧାନରେ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର