ପଦ୍ମପୁର: ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦ୍ମପୁର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଜିଲ୍ଲା ଘୋଷଣା ନହେବାରୁ ପ୍ରତିବାଦସ୍ବରୂପ ଗାଇସିଲେଟ, ପଦ୍ମପୁର, ଝାରବନ୍ଧ ଓ ପାଇକମାଳରେ ବନ୍ଦ ପାଳିତ ହେଉଛି। ସମଗ୍ର ପଦ୍ମପୁରରେ ବନ୍ଦ ପ୍ରଭାବ ପରିଲକ୍ଷିତ ହୋଇଛି। ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତା ପାର୍ଶ୍ବରେ ଯାନବାହାନ ଯାତାୟତ କରି ନ ପାରି ବନ୍ଦ ରହିଛି। ପଦ୍ମପୁର ସହରର ସମସ୍ତ ସଂଯୋଗୀକରଣ ରାସ୍ତା ବନ୍ଦ ରହିଛି।
ଝାରବନ୍ଧ, ପାଇକମାଲ, ଧୁମାଭଟା, ଲଖମରା, ଦହିତା, ଗାଇସିଲେଟ, ମେଲଛାମୁଣ୍ତା, ଛିନ୍ଦେକେଲା, ଗୁଦେରପାଲି, କେରମେଲି, ବରତୁଣ୍ତା ଓ ଅନ୍ୟାନ୍ୟ ଗ୍ରାମାଞ୍ଚଳରେ ରାସ୍ତା ବନ୍ଦ କରାଯାଇଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କୌଣସି କାରଣରେ ଯାନବାହାନ ଛଡା ଯାଉନାହିଁ। ଅନ୍ୟ ବନ୍ଦ ତୁଳନାରେ ଜିଲ୍ଲା ଦାବି ବନ୍ଦ ପ୍ରବଳ ପ୍ରଭାବଶାଳୀ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/c174da06-8eb4-42e4-b0b8-5c76a7048924.jpeg)