ପଦ୍ମପୁର: ପଦ୍ମପୁର ଜିଲ୍ଲା ଦାବି ଦିନକୁ ଦିନ ତେଜୁଛି। ଦୁଇ ଦିନ ତଳେ ଧାରଣାରେ ବସିଥିବା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କ ସହିତ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଝାରୀ ଓ ବିଧାୟକ ସୁଶାନ୍ତ ସିଂ ଆଲୋଚନା କରିଥିଲେ। ତେବେ କିଛି ଫଳାଫଳ ବାହାରି ନଥିଲା।
ମଙ୍ଗଳବାର ପଦ୍ମପୁର ଜିଲ୍ଲା କେନ୍ଦ୍ରୀୟ କ୍ରିୟାନୁଷ୍ଠନ କମିଟିର ଆବାହକ ଆଇନଜୀବୀ ଉମେଶ ସାହୁଙ୍କ ନେତୃତ୍ୱରେ ପ୍ରାୟ ୨୦ଟି ଅନୁଷ୍ଠାନର ଏକ ୪୦ ଜଣିଆ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସ୍ଥାନୀୟ ଓକିଲ ସଂଘ ସଂପାଦକ ଶାନ୍ତନୁ ତ୍ରିପାଠୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/19-12.jpg)