ବରଗଡ଼: ପଦ୍ମପୁର ଉପନିର୍ବାଚନ ପୂର୍ବରୁ ସୋମବାର ଆୟକର ବିଭାଗ ଓ ଜିଏସ୍ଟିର ଚଢ଼ଉକୁ ବିରୋଧ କରି ବଣିକ ସଂଘ ନଭେମ୍ବର ୨୯ (ମଙ୍ଗଳବାର) ବନ୍ଦ ଡାକରା ଦେଇଛି। ବରଗଡ଼ ଜିଲ୍ଲା ପଦ୍ମପୁରରେ ଏହି ବନ୍ଦ ପାଳନ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ସମୟରେ ପଦ୍ମପୁର ସହରର ସମସ୍ତ ଦୋକାନ ଓ ବଜାର ବନ୍ଦ ରହିବ। ମାତ୍ର ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ପଦ୍ମପୁର ବଣିକ ସଂଘର ସଭାପତି ପ୍ରତାପ ମିଶ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟବସାୟୀମାନଙ୍କୁ ହଇରାଣ କରିବା ପାଇଁ ଆୟକର ବିଭାଗ ପକ୍ଷରୁ ଏହିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯାହାକୁ କି ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଉଛି।
ସୂଚନାଯୋଗ୍ୟ ଆଜି ସନ୍ଧ୍ୟାରେ ଦ୍ରବ୍ୟ ଓ ସେବା କର (ଜିଏସ୍ଟି) ପକ୍ଷରୁ ପଦ୍ମପୁରସ୍ଥିତ ଜଗଦମ୍ବା ଲୁଗା ଦୋକାନ, ମୀନାକ୍ଷୀ ଜ୍ବେଲେରି, ପାଇକମାଲ ନୃସିଂହ ପେଟ୍ରୋଲ ପମ୍ପ, ପାଇକମାଲ ନୃସିଂହନାଥ ମେଡିକାଲ, ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ଆଦି ପ୍ରମୁଖ ସ୍ଥାନରେ ଚଢ଼ଉ ହୋଇଥିଲା। ସେହିପରି ଆଜି ସକାଳୁ ୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଥିଲା।
ସୂଚନାଯୋଗ୍ୟ, ଆଜି ସକାଳୁ ପଦ୍ମପୁରରେ ୩ ଜଣ ବ୍ୟବସାୟୀଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ରାତି ପ୍ରାୟ ୩ଟାରୁ ସଶସ୍ତ୍ର ସିଆରପିଏଫ୍ ଯବାନଙ୍କ ଉପସ୍ଥିତିରେ ଏହି ଟିମ୍ ଏହି ଚଢ଼ଉ କରିଥିଲେ। ଯେଉଁମାନଙ୍କ ଘରେ ଏହି ଚଢ଼ଉ ଚାଲିଥିଲା, ସେମାନେ ହେଲେ ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲ। ଏମାନେ ସମସ୍ତେ ପ୍ରତିଷ୍ଠିତ ବ୍ୟବସାୟୀ ଓ ଶାସକ ଦଳର ସମର୍ଥକ ବୋଲି ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ମହମ୍ମଦ ସାଜିଦ ଦିବଙ୍ଗତ ବିଧାୟକ ବିଜୟସିଂ ବରିହାଙ୍କ ଘନିଷ୍ଠ ସହଯୋଗୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ।
/sambad/media/post_attachments/wp-content/uploads/2022/11/441fc739-1ea8-4938-a11c-c25524c22bbc.jpg)
ଆଜି ସନ୍ଧ୍ୟାରେ ପୁଣି ଜିଏସ୍ଟି ପକ୍ଷରୁ ଉଦ୍ଦେଶ୍ୟମୂଳକ ଭାବେ ଚଢ଼ଉ କରାଯିବାଇଛି ବୋଲି ବଣିକ ସଂଘ ଅଭିଯୋଗ ଆଣିଛି। ଅନ୍ୟପଟରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ଏବଂ ବିଜେପି ମଧ୍ୟରେ ରାଜନୈତିକ ତିକ୍ତତା ଚରମସୀମାରେ ପହଂଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/8bc078c3-b56c-4682-b2e7-509712407896.jpg)
