୯୦ରେ ପାଦ ଥାପିଲେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ୱର : ପ୍ରଖ୍ୟାତ ଭାଷାତତ୍ତ୍ବବିତ୍‌ ତଥା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାରେ ମୁଖ୍ୟନାୟକ ପଦ୍ମଶ୍ରୀ ପ୍ରଫେସର୍‌ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଆଜି ୯୦ ବର୍ଷରେ ପଦାର୍ପଣ କରିଛନ୍ତି। ଜାଗମରା ଭକ୍ତମଧୁସୂଦନ ନଗରସ୍ଥିତ ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତି ଆଜି ତାଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଡ. ପଟ୍ଟନାୟକ ଉପସ୍ଥିତ ବନ୍ଧୁମାନଙ୍କୁ କହିଲେ ଯେ ଜନ୍ମଦିନ ପାଳନ ଆମ ସଂସ୍କୃତିର ହଜାର ବର୍ଷର ପରମ୍ପରା। ମୋ ପରିବାର ମୋତେ ସବଧର୍ମ ସମଭାବର ଶିକ୍ଷା ଦେଇଛି। ପାଞ୍ଚ ହଜାର ବର୍ଷ ପୂର୍ବରୁ ଆମ ଋଷି ‘ବସୁଧୈବ କୁଟୁମ୍ବକମ୍‌’ର ବାର୍ତ୍ତା ଦେଇଥିଲେ। ମହାବୋଧି ସମିତି ଓଡ଼ିଶା ଶାଖା ପକ୍ଷରୁ ଡ. ବିମଳେନ୍ଦୁ ମହାନ୍ତି, ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଡ. ସୌରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ପଦ୍ମଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଧିତ କରିଥିଲେ। ଏହି ଅବସରରେ ‘ହି କ୍ଲାଇମ୍ବେଥ୍‌ ଦ ନାଇଣ୍ଟିଥ୍‌ ଷ୍ଟେପ୍‌’ ପୁସ୍ତକ ଲୋକାର୍ପିତ ହୋଇଥିଲା।

ସମ୍ବନ୍ଧିତ ଖବର