ବରଗଡ଼ : ଯେଉଁ ବ୍ୟବସାୟିକ ପଦ୍ଧତିକୁ ନେଇ ଏବେ ବିଶ୍ୱର ବିଶିଷ୍ଟ ଶିକ୍ଷାନୁଷ୍ଠାନରେ ପାଠପଢ଼ା ହେଉଛି, ତାକୁ କେଉଁ କାଳରୁ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ପ୍ରୟୋଗ କରିସାରିଥିଲେ। ତାଙ୍କ କର୍ମମୟ ଜୀବନର ପ୍ରତିଟି ଅଧ୍ୟାୟ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଏବଂ ଏଭଳି ବିରଳ ବ୍ୟକ୍ତିତ୍ୱଙ୍କ ଜୀବନ ସଂଗ୍ରାମ ପାଠ୍ୟକ୍ରମରେ ସ୍ଥାନିତ ହେବା ଉଚିତ ବୋଲି ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଅନୁଷ୍ଠିତ ପଦ୍ମଶ୍ରୀ ଡ. କୃତାର୍ଥ ଆଚାର୍ଯ୍ୟଙ୍କ ୧୧୯ତମ ଜୟନ୍ତୀ ସମାରୋହରେ ମତପ୍ରକାଶ ପାଇଛି। ମୁଖ୍ୟଅତିଥି ଭାବେ ରାଜ୍ୟସଭାର ପୂର୍ବତନ ଯୁଗ୍ମ ସଚିବ ସତ୍ୟନାରାୟଣ ସାହୁ ନିଜ ଅଭିଭାଷଣରେ କୃତାର୍ଥ ଆଚାର୍ଯ୍ୟଙ୍କ ଅବଦାନକୁ ବିଶ୍ୱ ପରିପ୍ରେକ୍ଷୀରେ ଦେଖିବାକୁ ହେବ ବୋଲି କହିଥିଲେ।
ମୁଖ୍ୟବକ୍ତା ତଥା ‘ସମ୍ବାଦ’ର ଫିଚର ସଂପାଦକ ଗୌରହରି ଦାସ କହିଥିଲେ ଯେ ମହାପୁରୁଷମାନଙ୍କୁ ଆମେ ଦେବତାର ମାନ୍ୟତା ଦେଇ ଆମଠୁ ଦୂରରେ ରଖି ଦେଉ ଏବଂ ତାଙ୍କ ଭଳି ହେବାର ପ୍ରୟୋଜନରୁ ଓହରି ଆସୁ। ଶ୍ରୀ ଦାସ କହିଥିଲେ ଯେ ଅନ୍ଧାରକୁ ଅଭିଶାପ ଦେବା ଅପେକ୍ଷା ଦୀପଟିଏ ଜାଳି ଦେବା ହିଁ ପୌରୁଷ। ଡ. ପ୍ରଦୀପ ହୋତା ସଭାରେ ଅଧ୍ୟକ୍ଷତା କରିଥିଲେ। ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ, ପରିଚାଳନା ନିର୍ଦ୍ଦେଶକ ଦଶରଥ ନନ୍ଦ, ସଂପାଦକ ହେମନ୍ତ ମିଶ୍ର ପ୍ରମୁଖ ମଂଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/SBPHO21-BRG-Krutartha-Acharya-Jayanti.jpg)