ଇତିହାସକୁ ବିକୃତ କରା ନ ଯାଉ: କନକ ବର୍ଦ୍ଧନ

‘ପଦ୍ମାବତୀ’ ବିବାଦ

ଭୁବନେଶ୍ୱର : ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିଲା ବେଳେ ଆଜି ଏହି ପ୍ରସଙ୍ଗରେ ମତ ରଖିଛନ୍ତି ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ। ଇତିହାସକୁ ବିକୃତ କରା ନ ଯାଉ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ଜାତୀୟ ସ୍ତରରେ ବିଜେପିର ବହୁ ଆଗ ଧାଡ଼ିର ନେତା ପଦ୍ମାବତୀକୁ ବିରୋଧ କରି ବିବୃତି ଦେଇଛନ୍ତି। ଓଡ଼ିଶାର ପ୍ରଥମ ରାଜନୈତିକ ବ୍ୟକ୍ତି ଭାବେ କନକ ବର୍ଦ୍ଧନ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। ରାଜପୁତ ପରିବାର ସହ ତାଙ୍କର ପାରିବାରିକ ସମ୍ପର୍କ ଅଛି ବୋଲି କେଭି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ପଦ୍ମାବତୀଙ୍କୁ ନେଇ ଇତିହାସ ରହିଛି। ଏହାକୁ ବିକୃତ କରିବାର ଅଧିକାର କାହାରି ନାହିଁ। ଆହୁରି ମଧ୍ୟ ଇତିହାସର ସୁରକ୍ଷା ପାଇଁ ନିୟମ ରହିଛି। ଏହାକୁ ସଠିକ୍‌ ଭାବେ କାର୍ଯ୍ୟକାରୀ କରିବା ଉଚିତ। କେହି ଯଦି ଏହାକୁ ଭୁଲ୍‌ ବୋଲି କହୁଥାଏ, ତେବେ ରାମାୟଣ ଓ ମହାଭାରତ କ’ଣ ଭୁଲ୍‌ ବୋଲି ପ୍ରଶ୍ନ କରିଛନ୍ତି କେଭି। ତେବେ ହିଂସା ନୁହେଁ, ରାଜପୁତମାନେ ଅହିଂସା ଉପାୟରେ ଏହାର ପ୍ରତିବାଦ କରିବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର