ବାଲେଶ୍ବର: ଜାତୀୟ ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌ ଦଳରେ ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ଦୁଇଜଣ ଛାତ୍ରୀ ପଦ୍ମିନୀ ଟୁଡୁ ଓ ଫୁଲ ସୋରେନ ସ୍ଥାନ ପାଇଛନ୍ତି। ‘ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ୍ ସଂଘ’ ପକ୍ଷରୁ ୧୭ ଜଣିଆ ମହିଳା କ୍ରିକେଟ୍ ଦଳ ମନୋନୀତ ହୋଇଥିଲା। ଏଥିରେ ଓଡ଼ିଶାରୁ ୪ ଜଣ ଖେଳାଳିଙ୍କୁ ଚୟନ କରାଯାଇଥିବା ବେ‌ଳେ ବାଲେଶ୍ବରରୁ ଦୁଇଜଣ ରହିଛନ୍ତି।

Advertisment

ଏପ୍ରିଲ୍ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନେପାଳ ଠାରେ ଭାରତ ଓ ନେପାଳ ମଧ୍ୟରେ ଆୟୋଜିତ ହେବାକୁ ଥିବା ମ୍ୟାଚ୍‌ରେ ଅଂଶଗ୍ରହଣ କରିବେ। ପଦ୍ମିନୀ ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ଫୁଲ ବିଦ୍ୟାଳୟର ପୁରାତନ ଛାତ୍ରୀ। ସର୍ବଭାରତୀୟ ସ୍ତରରେ ଖେଳାଳି ଚୟନ ନେଇ ପ୍ରଥମେ ୪୮ ଜଣଙ୍କୁ ଚୟନ କରାଯାଇଥିଲା। ପରେ ଭୋପାଳ ଠାରେ ଆୟୋଜିତ କ୍ରୀଡ଼ାରେ ଉତ୍ତମ ପ୍ରଦର୍ଶନ ପାଇଁ ୧୭ ଜଣଙ୍କୁ ଚୟନ କରାଯାଇଥିଲେ। ଦୁଇ ଖେଳାଳିଙ୍କୁ ସବୁ ମହଲରୁ ଶୁଭେଛା ଜଣାଯାଇଛି।