ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ବିଧାୟିକା ପ୍ରାର୍ଥୀ ପଦ୍ମିନୀ ଦିଆନ

କୋରାପୁଟ: ସୋମବାର ପୂର୍ବାହ୍ନରେ କୋଟପାଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀନୀ ଭାବେ ପଦ୍ମିନୀ ଦିଆନ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଦିନ ପ୍ରାୟ ୧୧: ୩୦ରେ ପଦ୍ମିନୀ ସମର୍ଥକ ଓ କର୍ମୀମାନଙ୍କ ମେଳରେ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ ଓ ରିଟର୍ଣ୍ଣିଙ୍ଗ୍‌ ଅଫିସର୍‌ ଲୋକନାଥ ଦଳବେହେରାଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

କୋଟପାଡ଼ ଲାଗି ବିଏସ୍‌ପିର ପ୍ରାର୍ଥୀ ସଦା ନାଏକ ମଧ୍ୟ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରଶେଖର ମାଝୀ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରି ସାରିଛନ୍ତି।

ଜୟପୁର ଆସନ ଲାଗି ବିଏସ୍‌ପିର ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସଗରିଆ ଆଜି ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର