ପଦ୍ମପୁର ଉପନିର୍ବାଚନ: ୨୭୩ରେ ବିଜେଡି ଓ ୪୪ଟି ବୁଥ୍‌ରେ ବିଜେପି ବିଜୟୀ

ପାଇକମାଳ: ପଦ୍ମପୁର ଉପନିର୍ବାଚନରେ ୮ ତାରିଖ ଭୋଟ ଗଣତି ପରେ ୨୭୩ଟି ବୁଥ୍‌ରେ ବିଜେଡି ପ୍ରାର୍ଥିନୀ ଓ ୪୪ଟି ବୁଥରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ଝାରବନ୍ଧ ୩ ନମ୍ବର ବୁଥ୍‌ ଓ ପଦ୍ମପୁର ୨୭୮ ନମ୍ବର ବୁଥ୍‌ରେ ଭୋଟ ହୋଇନାହିଁ। ଝାରବନ୍ଧ ବ୍ଲକ୍‌ରେ ମୋଟ ୭୦ଟି ବୁଥ୍‌ ଥିବା ବେ‌ଳେ ୧୪ଟି ବୁଥ୍‌ରେ ବିଜେପି ଜିତିଥିବା ବେଳେ ବାକି ଥିବା ୫୫ଟି ବୁଥରେ ବିଜେଡି ପ୍ରାର୍ଥିନୀ ବିଜୟୀ ହୋଇଥିଲେ। ଝାରବନ୍ଧ ବ୍ଲକ୍‌ରେ ବିଜେଡି ୨୮,୭୬୪ ଭୋଟ ପାଇଥିବା ବେଳେ ବିଜେପି ୧୯,୨୪୪ ଓ କଂଗ୍ରେସ ଦଳକୁ ୯୧୯ ଖଣ୍ତ ଭୋଟ ମିଳିଛି। ଝରବନ୍ଧ ବ୍ଲକ୍‌ରେ ବିଜେଡି ବିଜେପିଠାରୁ ୯୫୨୦ ଭୋଟ ଅଧିକା ପାଇଛି। ସେହିପରି ପାଇକମାଳ ବ୍ଲକ୍‌ରେ ୧୧୦ଟି ବୁଥରୁ ୯୬ ବୁଥରେ ବିଜେଡି ଜିତିଥିବା ବେଳେ ବିଜେପି ୧୪ଟି ବୁଥରେ ବିଜୟୀ ହୋଇଥିଲା।

ବିଜେଡି ୪୨୬୦୪ ଭୋଟ ପାଇଥିବା ବେଳେ ବିଜେପି ୨୬୫୧୨ ଓ କଂଗ୍ରେସ ୧୪୧୭ ଖଣ୍ତ ଭୋଟ ପାଇଛି। ଏହି ବ୍ଲକ୍‌ରେ ବିଜେଡି ବିଜେପିଠାରୁ ୧୬୦୯୨ ଭୋଟ ଅଧିକା ପାଇଛି। ପଦ୍ମପୁର ବ୍ଲକ୍‌ରେ ୧୨୧ଟି ବୁଥରୁ ୧୦୮ଟି ବୁଥରେ ବିଜେଡି ଜିତିଥିବା ବେଳେ ବିଜେପି ୧୩ଟି ବୁଥରେ ବିଜୟୀ ହୋଇଥିଲା। ବିଜେଡି ୪୪୦୫୦ ଭୋଟ ପାଇଥିବା ବେଳେ ବିଜେପି ୨୮୪୩୪ ଓ କଂଗ୍ରେସ ୧୦୮୧ ଖଣ୍ତ ଭୋଟ ପାଇଛି। ପଦ୍ମପୁର ବ୍ଲକ୍‌ରେ ବିଜେଡି ବିଜେପିଠାରୁ ୧୫୬୧୬ ଭୋଟ ଅଧିକା ପାଇଛି। ପଦ୍ମପୁର ଏନ୍‌ଏସିରେ ୧୩ଟି ବୁଥ୍‌ରୁ ୯ଟି ବୁଥରେ ବିଜେଡି ଜିତିଥିବା ବେଳେ ବିଜେପି ୪ଟି ବୁଥରେ ବିଜୟୀ ହୋଇଥିଲା। ବିଜେଡି ୫୨୫୪ ଭୋଟ ପାଇଥିବା ବେଳେ ବିଜେପି ୩୮୪୪ ଓ କଂଗ୍ରେସ ୧୬୪ ଖଣ୍ତ ଭୋଟ ପାଇଛି। ପଦ୍ମପୁର ଏନ୍‌ଏସିରେ ବିଜେଡି ବିଜେପିଠାରୁ ୧୪୧୦ ଭୋଟ ଅଧିକା ପାଇଛି। ପଦ୍ମପୁର ନିର୍ବାଚନମଣ୍ତଳୀରେ ପୋଷ୍ଟାଲ ବାଲାଟ ଛାଡ଼ି ବିଜେଡି ୧୨୦୬୭୨ ଖଣ୍ତ ଭୋଟ ପାଇଥିବା ବେଳେ ବିଜେପି ୭୮୦୩୪ ଖଣ୍ତ ଭୋଟ ପାଇଛି। କଂଗ୍ରେସ ଦଳକୁ ମାତ୍ର ୩୫୮୧ ଖଣ୍ତ ଭୋଟ ମିଳିଛି।

ସମ୍ବନ୍ଧିତ ଖବର