ପଦୋନ୍ନତି ଅଦାଲତର ତୃତୀୟ ଦିନରେ ୩୯୯ଟି ଆବେଦନର ଫଇସଲା

ଭୁବନେଶ୍ବର : ପଦୋନ୍ନତି ଅଦାଲତର ତୃତୀୟ ଦିନରେ ମୋଟ ୩୯୯ଟି ଆବେଦନ ଉପରେ ଶୁଣାଣି କରାଯାଇ ନିଷ୍ପତ୍ତି ନିଆଯାଇଛି। ୬ଟି ସ୍ଥାନରେ ଅନୁଷ୍ଠିତ ହୋଇଥିବା ଅଦାଲତ ଗୁଡ଼ିକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ର, ଗ୍ରାମ୍ୟ ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଅଧ୍ୟକ୍ଷତା କରିଥିଲେ।

ଶନିବାର ଗ୍ରାମ୍ୟ ଉନ୍ନୟନ, ଇସ୍ପାତ ଓ ଖଣି, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଅବକାରୀ, ସୂଚନା ଓ ଲୋକସମ୍ପର୍କ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ସମବାୟ, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଗୃହ, ସାଧାରଣ ପ୍ରଶାସନ ଓ ଅଭିଯୋଗ, ଶିଳ୍ପ ଏବଂ ଏମ୍‌ଏସ୍‌ଏମ୍‌ଇ ବିଭାଗର କର୍ମଚାରୀମାନଙ୍କ ଦରଖାସ୍ତଗୁଡ଼ିକ ଉପରେ ଶୁଣାଣି ହୋଇଥିଲା। ଆସନ୍ତା ୨ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ଅଦାଲତର ଶେଷ ଦିନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଦରଖାସ୍ତ ଉପରେ ଶୁଣାଣି କରାଯିବ।

ସମ୍ବନ୍ଧିତ ଖବର