କୋରାପୁଟ: ଗଞ୍ଜେଇ ଚୋରା ଚାଲାଣ ସମୟରେ କୋରାପୁଟ ଜିଲ୍ଲା ବାଲିଗୁଡ଼ା ଛକ ନିକଟସ୍ଥ କୁମ୍ଭିଗୁଡ଼ାରୁ ୩୪୯ କିଲୋ ୫୦୦ ଗ୍ରାମ୍ ଦେଶୀ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।
/sambad/media/post_attachments/wp-content/uploads/2022/08/916a3b3c-8389-416c-8ce8-0ca23b6ba770.jpg)
ସୂଚନା ଅନୁଯାୟୀ, ବାଲିଗୁଡ଼ା ଛକ ନିକଟସ୍ଥ କୁମ୍ଭିଗୁଡ଼ାରେ ଏକ ମାରୁତି ସୁଜୁକି କାର (ଏପି ୩୧ ବିଏଚ୍୦୯୯୪)ରୁ ୩୪୯ କିଲୋ ୫୦୦ ଗ୍ରାମ୍ ଦେଶୀ ଗଞ୍ଜେଇ ଜବତ ହୋଇଛି। ଘଟଣାସ୍ଥଳରୁ ସନ୍ଦର ପଡୱା ଓ ଗଜେନ୍ଦ୍ର ଗଡ଼ବାଙ୍କୁ ଗିରଫ କରିଛି ପଡବା ପୁଲିସ। ଏନେଇ ମାମଲା ରୁଜୁ କରାଯିବା ସହ ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଏହି ଜବତ ଗଞ୍ଜେଇ ଜୟପୁରରୁ ଛତିଶଗଡ଼କୁ ଚାଲାଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/c3cb69e5-7a0d-49e6-884c-1b8b73e634d1.jpg)