କୋରାପୁଟ: ଗଞ୍ଜେଇ ଚୋରା ଚାଲାଣ ସମୟରେ କୋରାପୁଟ ଜିଲ୍ଲା ବାଲିଗୁଡ଼ା ଛକ ନିକଟସ୍ଥ କୁମ୍ଭିଗୁଡ଼ାରୁ ୩୪୯ କିଲୋ ୫୦୦ ଗ୍ରାମ୍ ଦେଶୀ ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରାଯାଇଛି।

Advertisment

publive-image

ସୂଚନା ଅନୁଯାୟୀ, ବାଲିଗୁଡ଼ା ଛକ ନିକଟସ୍ଥ କୁମ୍ଭିଗୁଡ଼ାରେ ଏକ ମାରୁତି ସୁଜୁକି କାର (ଏପି ୩୧ ବିଏଚ୍୦୯୯୪)ରୁ  ୩୪୯ କିଲୋ ୫୦୦ ଗ୍ରାମ୍ ଦେଶୀ ଗଞ୍ଜେଇ ଜବତ ହୋଇଛି। ଘଟଣାସ୍ଥଳରୁ ସନ୍ଦର ପଡୱା ଓ  ଗଜେନ୍ଦ୍ର ଗଡ଼ବାଙ୍କୁ ଗିରଫ କରିଛି ପଡବା ପୁଲିସ। ଏନେଇ ମାମଲା ରୁଜୁ କରାଯିବା ସହ ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି। ଏହି ଜବତ ଗଞ୍ଜେଇ ଜୟପୁରରୁ ଛତିଶଗଡ଼କୁ ଚାଲାଣ କରାଯାଇଥିଲା।