ରାଜ୍ୟରେ ପାଗଳଙ୍କ ସଂଖ୍ୟା ବଢ଼ୁଛି: ସ୍ବାସ୍ଥ୍ୟମନ୍ତ୍ରୀ

୨୦୧୮-୧୯ ସୁଦ୍ଧା ୭୩ ହଜାର ପାଗଳ

ଭୁବନେଶ୍ବର : ଓଡ଼ିଶାରେ ବିଭିନ୍ନ ପ୍ରକାର ମାନସିକ ରୋଗୀ ତଥା ପାଗଳ ଓ ପାଗଳୀଙ୍କ ସଂଖ୍ୟା ବଢ଼ୁଛି। ତେବେ ୨୦୦୦ ମସିହାରୁ ରାଜ୍ୟରେ ଏ ନେଇ ବିଧିବଦ୍ଧ ଭାବେ କୌଣସି ସର୍ଭେ କରାଯାଇନାହିଁ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ।

ମନ୍ତ୍ରୀ ଶ୍ରୀ ଦାସ ଦର୍ଶାଇଛନ୍ତି ଶ୍ରୀରାମଚନ୍ଦ୍ର ଭଞ୍ଜ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ ମାନସିକ ସ୍ବାସ୍ଥ୍ୟ ଅନୁଷ୍ଠାନର ବହିର୍ବିଭାଗରେ ପଞ୍ଜିକୃତ ହୋଇଥିବା ତଥ୍ୟ ଅନୁଯାୟୀ ମାନସିକ ରୋଗୀଙ୍କ ସଂଖ୍ୟା ୨୦୦୦ ମସିହାରେ ବାର୍ଷିକ ୧୭ ହଜାର ୫୧୧ ଥିବାବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୭୨ ହଜାର ୮୧୯ରେ ପହଞ୍ଚିଛି। ରାଞ୍ଚିସ୍ଥିତ ପାଗଳା ଚିକିତ୍ସା କେନ୍ଦ୍ରରେ ଓଡ଼ିଶା ରୋଗୀଙ୍କ ପାଇଁ ସଂରକ୍ଷଣ ନଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାତୀୟ ମାନସିକ ରୋଗ ପ୍ରତିଷ୍ଠାନ ପରି ଏକ କେନ୍ଦ୍ର ରାଜ୍ୟରେ ପ୍ରତିଷ୍ଠା ହେବା ଦରକାର। ଏଥିପାଇଁ ସରକାରଙ୍କ ତରଫରୁ ଭାରତ ସରକାରଙ୍କ ପାଖରେ ପ୍ରସ୍ତାବ ଦାଖଲ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ଉତ୍ତରରେ କହିଛନ୍ତି।

ସମ୍ବନ୍ଧିତ ଖବର