ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଗଞ୍ଜାମ ଜିଲ୍ଲା: ନିର୍ବାଚନ ମଇଦାନରେ ୮ ମହିଳା

ବ୍ରହ୍ମପୁର:‌ ଗଞ୍ଜାମ ଜିଲ୍ଲାରେ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ସର୍ବାଧିକ ୬ଜଣ ମହିଳାଙ୍କୁ ବିଭିନ୍ନ ଆସନରୁ ପ୍ରାର୍ଥୀ କରିଛି। କିନ୍ତୁ ଜାତୀୟ ଦଳ ବିଜେପି ଓ କଂଗ୍ରେସ ମାତ୍ର ଜଣେ ଲେଖାଏଁ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି। ତେବେ ସତରେ କ’ଣ ବିଜେପି ଓ କଂଗ୍ରେସ ଶିବିରରେ ମହିଳା…
ଅଧିକ ଖବର ଦେଖନ୍ତୁ...

ନାମାଙ୍କନ କଲେ ଇନ୍ଦିରା: ଶୋଭାଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ

ଜୟପୁର: ବିରାଟ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଆସି ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ଜୟପୁର ବିଧାୟକ ପ୍ରାର୍ଥିନୀ ଡ. ଇନ୍ଦିରା ନନ୍ଦ। ୧୦ହଜାରରୁ ଊର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କ ନିକଟରେ ଦୁଇ ସେଟ୍ ନାମାଙ୍କନ ଦାଖଲ କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ: ‘ମିଲିମିଶି ହେମା ଯୋଟ୍‌, ସଭେ ଆସ ଦେମା ଭୋଟ୍‌’

ବରଗଡ଼: ମତଦାନର ମହାନ୍‌ ପର୍ବ ଚଳିତ ସାଧାରଣ ନିର୍ବାଚନରେ ବରଗଡ଼ ଜିଲ୍ଲାର ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ଅଭିନବ ପ୍ରୟାସ କରିଛନ୍ତି। ସମଗ୍ର ଜିଲ୍ଲାର କୋଣଅନୁକୋଣରେ ସ୍କୁଲ୍‌ ଓ କଲେଜ ଛାତ୍ରଛାତ୍ରୀ ସଚେତନତା ବାର୍ତ୍ତାଦେଇ…
ଅଧିକ ଖବର ଦେଖନ୍ତୁ...

ଦ୍ରୁତ ଶିଳ୍ପାୟନର କବର ଭିତରକୁ ଚାଲିଗଲାଣି ସବୁଜିମା: ଏବେ କେବଳ ଈଶ୍ବର ଅଛନ୍ତି, ଝାଡ଼୍‌ ନାହିଁ

ତେଜସ୍କର ମହାପାତ୍ର ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଇଷ୍ଟଦେବତା ବାବା ଝାଡ଼େଶ୍ବରଙ୍କୁ ନେଇ ଜିଲ୍ଲାର ନାମକରଣ ବି ହୋଇଥିବା ଲୋକକଥାରେ ପ୍ରଚଳିତ। ଅଞ୍ଚଳର ପ୍ରାକୃତିକ ସ୍ଥିତିକୁ ନେଇ ଏହି ଶତାବ୍ଦୀ ପୁରୁଣା ମନ୍ଦିରର ସେତେବେଳେ ନାମକରଣ ହୋଇଥିଲା। ଝାଡ଼୍‌(ସମ୍ବଲପୁରୀ ଭାଷାରେ ଜଙ୍ଗଲ)…
ଅଧିକ ଖବର ଦେଖନ୍ତୁ...

ହସ୍ପିଟାଲ ପରିସରରେ ଖୋଲି ପାରିବନି ଘରୋଇ ଔଷଧ ଦୋକାନ: ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ନ ଥାଇ ଅନେକ ଷ୍ଟୋର…

ଭୁବନେଶ୍ବର: ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ଖୋଲିଥିବା ଘରୋଇ ଔଷଧ ଷ୍ଟୋରକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ସ୍ବାସ୍ଥ୍ୟ ବିଭାଗ। ଯେଉଁ ଷ୍ଟୋରଗୁଡ଼ିକ ଏବେ କାର୍ଯ୍ୟକ୍ଷମ ଅଛନ୍ତି ସେମାନଙ୍କ ଲିଜ୍ ଅବଧି ଆଉ ନ ବଢ଼ାଇବା ସହ ନୂଆ ଷ୍ଟୋର ଯେପରି ନ ଖୋଲିବ ସେଥିପାଇଁ ଦୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଚନ୍ଦନ ଯାତ୍ରା ନୀତି ଚୂଡ଼ାନ୍ତ: ୪ଟାରେ ରଥ ଆଜ୍ଞାମାଳ ବିଜେ

ପୁରୀ: ଚନ୍ଦନ ଯାତ୍ରା ସଂକ୍ରାନ୍ତ ନୀତିନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ମେ ମାସ ୧୦ ତାରିଖରେ ଅକ୍ଷୟ ତୃତୀୟା ଦିନ ରାତି ୩ଟାରେ ଦ୍ବାରଫିଟା ଏବଂ ଅପରାହ୍ନ ସାଢ଼େ ୩ଟାରେ ଦିଅଁ ବିମାନକୁ ବିଜେ କରିବେ। ଅପରାହ୍ନ ୪ଟାରେ ରଥ ଆଜ୍ଞାମାଳ ବିଜେ ଓ ବିମାନ ଉଠିବା ନୀତି ଅନୁଷ୍ଠିତ ହେବ। ଆଜି ସନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

ଆଜି ବିଶ୍ବ ମ୍ୟାଲେରିଆ ଦିବସ: ମ୍ୟାଲେରିଆ ଆକ୍ରାନ୍ତରେ ଓଡ଼ିଶାର ଅଲୋଡ଼ା ରେକର୍ଡ

ଭୁବନେଶ୍ବର: ଓଡ଼ିଶାରେ ମ୍ୟାଲେରିଆ ସ୍ଥିତି ଅଣାୟତ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପୁଣିଥରେ ଭୀଷଣ ଭାବେ ମୁଣ୍ଡ ଟେକିଲେଣି ମ୍ୟାଲେରିଆ। ସ୍ଥିତି ଏପରି ଯେ ଓଡ଼ିଶା ପୁନର୍ବାର ଦେଶରେ ଏକ ମ୍ୟାଲେରିଆ ପ୍ରବଣ ରାଜ୍ୟଭାବେ ଆଲୋଡ଼ା ରେକର୍ଡ କରିଛି। ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ସବୁ…
ଅଧିକ ଖବର ଦେଖନ୍ତୁ...

ବିଲୁପ୍ତ ଅବସ୍ଥାରେ ଘରଚଟିଆ: ପୂର୍ବ ଭଳି ଆଉ ଶୁଭୁନାହିଁ ଚିକିରି ମିକିରି ଡାକ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ କିଛି ବର୍ଷ ପୂର୍ବେ ଘରଚଟିଆ ଦେଖିବାକୁ ମିଳୁଥିଲା। ଘର ଅଗଣାରେ ଧାନ, ମାଣ୍ଡିଆ ତଥା ଅନ୍ୟାନ୍ୟ ଶସ୍ୟ ସୁଖେଇଲେ ଜଣେ ଲୋକ ବାଡ଼ି ଧରି ଜଗିବା ପାଇଁ ପଡୁଥିଲା। କାଳେ ସୁଖେଇ ଥିବା ଶସ୍ୟକୁ ଘର ଚଟିଆ ଆସି ଖାଇଯିବେ ବୋଲି। କିନ୍ତୁ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

୨୦୩୬ ବେଳକୁ ରାଜ୍ୟରେ ପିଲାଙ୍କ ସଂଖ୍ୟା ୨୩% କମିଯିବ: ବୟସ୍କଙ୍କ ସଂଖ୍ୟା ୧୧୧% ବଢ଼ିଯିବ

ଭୁବନେଶ୍ବର: ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ରାଜ୍ୟ ଓଡ଼ିଶାକୁ ଆସନ୍ତା ୨୦୩୬ ମସିହାରେ ୧୦୦ ବର୍ଷ ପୂରଣ ହେବ। ଏଥିପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଗଲାଣି। ଏଭଳି ସ୍ଥିତିରେ ଏକ ଉଦ୍‌ବେଗଜନକ ତଥ୍ୟ ରାଜ୍ୟର ଜନସଂଖ୍ୟାକୁ ନେଇ ସାମ୍ନାକୁ ଆସିଛି। ୨୦୩୬…
ଅଧିକ ଖବର ଦେଖନ୍ତୁ...

ହିଟ୍‌ୱେଭ୍‌ରେ ଗଲାଣି ୧୨ ଦିନ: ରେକର୍ଡ ଭାଙ୍ଗୁଛି ତାତି, ୨୦୨୩ରେ ୧୭ ଦିନ ଥିଲା ଗ୍ରୀଷ୍ମପ୍ରବାହ

ଭୁବନେଶ୍ବର: ଲଗାତାର ୧୦ ଦିନ ହେଲା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌)। ଏପ୍ରିଲରେ ଓଡ଼ିଶାରେ ସ୍ବାଭାବିକ ଭାବେ ୧ରୁ ୩ ଦିନ ହିଟ୍‌ୱେଭ୍‌ ଅନୁଭୂତ ହେଉଥିବା ବେଳେ ଏଥର ସବୁ ରେକର୍ଡ ଭାଙ୍ଗିଛି। ଏପ୍ରିଲ ୨୪ ତଥା ଆଜି ସୁଦ୍ଧା ଚଳିତ ମାସରେ ୧୨ ଦିନ ଗ୍ରୀଷ୍ମ ପ୍ରବାହ ହୋଇଛି।…
ଅଧିକ ଖବର ଦେଖନ୍ତୁ...