ପୁରୀ: ଗୁରୁବାର ସକାଳ ୮: ୩୦ ରେ ରଥଯାତ୍ରା ପାଇଁ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ପହଣ୍ଡିରେ ପ୍ରଥମେ ଆସୁଛନ୍ତି ସୁଦର୍ଶନ। ତାଙ୍କ ପଛକୁ ରଥାରୁଢ଼ ହେବାକୁ ପହଣ୍ଡି ବିଜେ କରିବେ ତିନି ଦିଅଁ।

Advertisment

ଆଜି ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି। କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ସକାଳ ୯: ୩୦ରେ ପହଣ୍ଡି ବିଜେ ଆରମ୍ଭ ହୋଇଥାଆନ୍ତା।

ସକାଳ ୮: ୧୫ରେ ରଥ ପ୍ରତିଷ୍ଠା କରାଯିବା ପରେ ପରେ ପହଣ୍ଡି ଆରମ୍ଭ ହୋଇଥିଲା।

ସୁଦର୍ଶନଙ୍କ ପହଣ୍ଡିବିଜେ ପରେ ଏବେ ବଳଭଦ୍ରଙ୍କ ପହଣ୍ଡି ଚାଲିଛି।

ଚତୁର୍ଦ୍ଧାମୂର୍ତ୍ତିଙ୍କପହଣ୍ଡିଶେଷପରେମଦନମୋହନବିଜେକରିବେ।ସାଢ଼େ୧୨ରୁଅପରାହ୍ଣଗୋଟାଏଭିତରେମଦନମୋହନଙ୍କବିଜେନୀତିସଂପନ୍ନପରେସାଢ଼େଗୋଟାଏରୁସାଢ଼େ୨ଟାଭିତରେଚିତାଲାଗିବେଶଶେଷହେବ।ଅପରାହ୍ଣ୨ଟାରେଗଜପତିମହାରାଜଙ୍କଦ୍ବାରାଛେରାପହଁରାନୀତିସଂପନ୍ନହେବ।ଅପରାହ୍ଣ୨ରୁ୩ଟାଭିତରେଛେରାପହଁରାନୀତିଶେଷପରେ୩ଟାରୁ୪ଟାଭିତରେଚାରମାଳଫିଟାହୋଇତିନିରଥରେଘୋଡ଼ାସାରଥୀଲାଗିବାକାମଶେଷହେବ।ଅପରାହ୍ଣ୪ଟାରେରଥଟଣାଆରମ୍ଭହେବ।ଶ୍ରୀଗୁଣ୍ଡିଚାମନ୍ଦିରନିକଟରେତିନିରଥପହଞ୍ଚିବାପରେଅନ୍ୟାନ୍ୟନୀତିଆରମ୍ଭହେବ