ନିର୍ଦ୍ଧାରିତ ସମୟର ଘଣ୍ଟାଏ ପୂର୍ବରୁ ପହଣ୍ଡି ବିଜେ ଆରମ୍ଭ

ପୁରୀ: ଗୁରୁବାର ସକାଳ ୮: ୩୦ ରେ ରଥଯାତ୍ରା ପାଇଁ ଦିଅଁମାନଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଛି। ପହଣ୍ଡିରେ ପ୍ରଥମେ ଆସୁଛନ୍ତି ସୁଦର୍ଶନ। ତାଙ୍କ ପଛକୁ ରଥାରୁଢ଼ ହେବାକୁ ପହଣ୍ଡି ବିଜେ କରିବେ ତିନି ଦିଅଁ।

ଆଜି ନିର୍ଦ୍ଧାରିତ ସମୟର ଏକ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି। କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ସକାଳ ୯: ୩୦ରେ ପହଣ୍ଡି ବିଜେ ଆରମ୍ଭ ହୋଇଥାଆନ୍ତା।

ସକାଳ ୮: ୧୫ରେ ରଥ ପ୍ରତିଷ୍ଠା କରାଯିବା ପରେ ପରେ ପହଣ୍ଡି ଆରମ୍ଭ ହୋଇଥିଲା।

ସୁଦର୍ଶନଙ୍କ ପହଣ୍ଡିବିଜେ ପରେ ଏବେ ବଳଭଦ୍ରଙ୍କ ପହଣ୍ଡି ଚାଲିଛି।

ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ପରେ ମଦନମୋହନ ବିଜେ କରିବେ। ସାଢ଼େ ୧୨ରୁ ଅପରାହ୍ଣ ଗୋଟାଏ ଭିତରେ ମଦନ ମୋହନଙ୍କ ବିଜେ ନୀତି ସଂପନ୍ନ ପରେ ସାଢ଼େ ଗୋଟାଏରୁ ସାଢ଼େ ୨ଟା ଭିତରେ ଚିତାଲାଗି ବେଶ ଶେଷ ହେବ। ଅପରାହ୍ଣ ୨ଟାରେ ଗଜପତି ମହାରାଜଙ୍କ ଦ୍ବାରା ଛେରାପହଁରା ନୀତି ସଂପନ୍ନ ହେବ। ଅପରାହ୍ଣ ୨ରୁ ୩ଟା ଭିତରେ ଛେରାପହଁରା ନୀତି ଶେଷ ପରେ ୩ଟାରୁ ୪ଟା ଭିତରେ ଚାରମାଳ ଫିଟା ହୋଇ ତିନି ରଥରେ ଘୋଡ଼ା ସାରଥୀ ଲାଗିବା କାମ ଶେଷ ହେବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ପହଞ୍ଚିବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହେବ

ସମ୍ବନ୍ଧିତ ଖବର