ପୁରୀ : ପୂର୍ବବର୍ଷ ଭଳି ଚଳିତ ବର୍ଷ ରଥଯାତ୍ରାରେ ପହଣ୍ଡି ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା କରାଯାଇଛି। ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ପହଣ୍ଡି ଦର୍ଶନ ପାଇଁ ଟିକେଟ୍ ବ୍ୟବସ୍ଥା କରାଯାଇଥିବାବେଳେ ଏଥିପାଇଁ ନିର୍ଧିଷ୍ଟ ଦରଧାର୍ଯ୍ୟ ହୋଇଛି। ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ପହଣ୍ଡି ଟିକେଟ୍ ଦର ଦୁଇଗୁଣା କରାଯାଇଛି। ଚଳିତ ବର୍ଷ ଏହି ଟିକେଟ୍ ପିଛା ୧୦୦ ଟଙ୍କା ଦର ଧାର୍ଯ୍ୟ ହୋଇଛି। ସେପଟେ ସର୍ବାଧିକ ୫ହଜାର ଟିକେଟ୍ ବିକ୍ରି ପାଇଁ ସ୍ଥିର କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକସ୍ଥଳେ ଆରକ୍ଷୀ ଅଧୀକ୍ଷକ ଏହି ସଂଖ୍ୟାକୁ ସୀମିତ କରିପାରିବେ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ, ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ପହଣ୍ଡି ଦର୍ଶନ ଓ ବାହୁଡ଼ା ପହଣ୍ଡି ଦର୍ଶନ ପାଇଁ ୫ହଜାର ଟିକେଟ୍ ବିକ୍ରି ଧାର୍ଯ୍ୟ ହୋଇଛି। ଶ୍ରୀଗୁଣ୍ଡିଚା ପହଣ୍ଡି ପାଇଁ ସିଂହଦ୍ବାର ସମ୍ମୁଖ ସୂଚନା କେନ୍ଦ୍ରରେ ଟିକେଟ୍ ବିକ୍ରି ହେବ। ସେହିଭଳି ଶ୍ରୀଗୁଣ୍ଡିଚା ସୂଚନା କେନ୍ଦ୍ରଠାରେ ବାହୁଡ଼ା ପହଣ୍ଡି ପାଇଁ ଟିକେଟ୍ ବିକ୍ରି କରାଯିବ।
ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ପହଣ୍ଡି ଟିକେଟ୍ ବିକ୍ରି ସଂଖ୍ୟା ସର୍ବାଧିକ ୫ ହଜାର : ଟିକେଟ୍ ପିଛା ୧୦୦ ଟଙ୍କା
/sambad/media/post_attachments/wp-content/uploads/2019/07/singhadwara-re-sri-jiu-nka-apekhya-re-tini-ratha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)