ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି ଜାରି, ସୁଦର୍ଶନଙ୍କ ପରେ ବଳଭଦ୍ରଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ

ପୁରୀ: ଆଜି ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା । କରୋନା କଟକଣା ଭିତରେ କେବଳ ପୁରୀରେ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଆଜି ଭାଇ ଭଉଣୀଙ୍କୁ ସାଥିରେ ଘେନି ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ କାଳିଆ ସାଆନ୍ତ । ହେଲେ ବ୍ୟତିକ୍ରମ ହେଉଛି ଚଳିତ ବର୍ଷ ବଡ଼ଦାଣ୍ଡରେ ରଥଯାତ୍ରାରେ ଯିବା ବେଳେ ଆଉ କାଳିଆକୁ ଚାହିଁବେନି ଲକ୍ଷ ଲକ୍ଷ ଭକ୍ତ ।
କାରଣ, ଭକ୍ତଙ୍କୁ ବଡ଼ଦାଣ୍ଡ ମନା । ଟିଭି ପରଦାରେ ଶ୍ରୀଜିଉଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ ।
ତେବେ କଡ଼ା କଟକଣା ଭିତରେ ପ୍ରଥମେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି । ଏହି ଅବସରରେ ଆରମ୍ଭ ହୋଇଥିଲା ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି । ମା’ ସୁଭଦ୍ରାଙ୍କୁ ଦେବଦଳନ ରଥରେ ସ୍ଥାପନା କରିବା ପାଇଁ ସେବାୟତ ମାନେ ଆରମ୍ଭ କରିଥିଲେ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି । ଏହାପରେ ବଡ଼ଠାକୁର ବଳଭଦ୍ରଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଛି ।

ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ଚତୁର୍ଦ୍ଧା ମୂରତି। ଜନ୍ମବେଦୀ ଅଭିମୁଖେ ଯାତ୍ରା କରିବେ ତିନିଠାକୁର । ଶ୍ରୀଜିଉଙ୍କ ଯଥାରୀତି ନୀତିକାନ୍ତି ଶେଷ ହେବା ପରେ ନିଦ୍ଧାରିତ ସମୟରେ ଆରମ୍ଭ ହୋଇଯାଇଛି ପହଣ୍ଡି ।

ସମ୍ବନ୍ଧିତ ଖବର