ପୁରୀ : ଶ୍ରୀମନ୍ଦିରରେ ମାସେ ଧରି ଚାଲିଥିବା ପହିଲି ଭୋଗ ନୀତି ଆସନ୍ତାକାଲି ଶେଷ ହେବ। ମହାଲକ୍ଷ୍ମୀ ବାପଘରୁ ଶାଶୂଘରକୁ ଫେରିବେ। ପୁଣି ଥରେ ମା’ଲକ୍ଷ୍ମୀଙ୍କ ହାତରନ୍ଧା ରୋଷେଇ ମିଳିବ। ଗତ ଡିସେମ୍ବର ୧୬ରୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହୋଇଥିଲା। ମାସେ ଧରି ଚାଲିବାକୁ ଥିବା ଏହି ନୀତି ପାଇଁ ସଅଳ ଦ୍ବାରଫିଟା ସାଙ୍ଗକୁ ସଅଳ ପହୁଡ଼ ପାଇଁ ନୀତି ଚୂଡ଼ାନ୍ତ ହୋଇଥିଲା। ବିଶ୍ବାସ ରହିଛି, ପହିଲି ଭୋଗ ସମୟରେ ମହାଲକ୍ଷ୍ମୀ ବାପଘରକୁ ଯାଇଥାନ୍ତି। ଏଣୁ ମହାପ୍ରଭୁଙ୍କ ମା’ ପୁଅର ଭୋକ ସମ୍ଭାଳି ନପାରି ସଅଳ ରୋଷେଇ କରି ଖାଇବାକୁ ଦେଇଥାନ୍ତି। ଏହି ଦୃଷ୍ଟିରୁ ପହିଲି ଭୋଗ ସମୟରେ ସଅଳ ଅବଢ଼ା ବି ବାହାରେ। କେବଳ ସେତିକି ନୁହେଁ, ଏହି ଅବଢ଼ାର ସ୍ବାଦ ଅଲଗା ଥାଏ ବୋଲି ବିଶ୍ବାସ ରହିଛି। ମହାଲକ୍ଷ୍ମୀ ମକର ସଂକ୍ରାନ୍ତିରେ ଶ୍ରୀମନ୍ଦିରକୁ ଫେରିବେ। ଏ ନେଇ ସ୍ବତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି।
ବାପଘରୁ ଫେରିବେ ମହାଲକ୍ଷ୍ମୀ
ଆଜି ସରିବ ପହିଲି ଭୋଗ
/sambad/media/post_attachments/wp-content/uploads/2019/01/jaga-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)