ଦୁବାଇରେ ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବି

ଖୋର୍ଦ୍ଧା: ୧୮୧୭ ମସିହାରେ ଇଂରେଜଙ୍କ ବିରୋଧରେ ଖୋର୍ଦ୍ଧା ଗଡ଼ରୁ ଆରମ୍ଭ ହୋଇଥିବା ସଶସ୍ତ୍ର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ଦାବି ଆନେ୍ଦାଳନ ସୁଦୂର ଦୁବାଇରେ ପହଂଚିଛି ।

ଦୁବାଇର ବରୁଦୁବାଇର ହୋଟେଲ୍ ଗ୍ରାଣ୍ଡ ଏକ୍ସେଲର ଠାରେ ଦୁବାଇ ଓଡ଼ିଆ ସମାଜ ଓ ଖୋର୍ଦ୍ଧା ନାଗରିକ ମଂଚର ମିଳିତ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ଦାବି ଉଠିଛି । ଏନେଇ ଅନୁଷ୍ଠିତ ସଭାରେ ଦୁବାଇ ଓଡ଼ିଆ ସଭାର ସଭାପତି ସଂଜୟ ଦାସ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ନାଗରିକ ମଂଚର ସଭାପତି ସଂଜୟ ପଟ୍ଟନାୟକ ଯୋଗ ଦେଇଥିଲେ । ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ନିମନ୍ତେ କେନ୍ଦ୍ର ସରକାରଙ୍କ ଅବହେଳାକୁ ସମାଲୋଚନା କରିଥିଲେ । ଯଥାଶୀଘ୍ର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବାକୁ ଏକ ଦାବିପତ୍ର କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାକୁ ସଭାରେ ନିଷ୍ପତ୍ତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେକ୍ ସବିର, ମାନଓ ପଟ୍ଟନାୟକ, ବିନୋଦ ବିହାରୀ ମିଶ୍ର, ଗୁରୁଦ୍ୱାର ସମିତିର ଜଳଦୀପ ସିଂହ, ମନୋଜ ସିଂହ, ପବିତ୍ର ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏହା ସହ ଭାରତର ବିଭିନ୍ନ ରାଜ୍ୟରୁ ପ୍ରତିନିଧୀ ଯୋଗ ଦେଇ ଏହି ଦାବିକୁ ସମର୍ଥନ ଜଣାଯାଇଥିଲେ ।

ସମ୍ବନ୍ଧିତ ଖବର