ପୁରୀ: ଶଙ୍ଖକ୍ଷେତ୍ରସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆସ୍ଥାନପୀଠ ନିକଟବର୍ତ୍ତୀ ଶ୍ରୀହରି ଗ୍ରାଣ୍ଡ ହୋଟେଲରେ ଶ୍ରୀକ୍ଷେତ୍ରର ଦୁଇ କଳାକାର  ବିଶ୍ୱମୋହନ ରଥ ଓ ରାଜନନ୍ଦିନୀ ମହାପାତ୍ରଙ୍କର ପ୍ରସ୍ତୁତ ଚିତ୍ରକଳା ପ୍ରଦର୍ଶିତ ହୋଇଛି। ଏହା ମୁଖ୍ୟତଃ ଶ୍ରୀଜଗନ୍ନାଥଙ୍କର ସ୍ନାନମଣ୍ଡପ ଦିନଠାରୁ ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ମାନବୀୟଲୀଳାର ବିଭିନ୍ନ ଦିଗ ଉପରେ ଅଙ୍କନ କରାଯାଇଛି।

Advertisment

publive-image

ନିଳାଦ୍ରୀ ବିହାରୀଙ୍କୁ ସମର୍ପିତ ମାନବୀୟଲୀଳା ସମ୍ପର୍କୀୟ ୪୦ଗୋଟି ଭିନ୍ନ ଭିନ୍ନ ଭାବଗତ ପାରମ୍ପରିକ ଚିତ୍ର କାଗଜ, ଜଳରଂଗ ଓ କାନଭାସ୍‌ ମାଧ୍ୟମରେ ପ୍ରଦର୍ଶିତ ହୋଇ ସେଠାରେ ସ୍ଥାନ ପାଇଛି। ଏହା ୧୮ ତାରିଖରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଭକ୍ତ ଓ ଜନତାଙ୍କ ଦର୍ଶନା‌ର୍ଥେ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବାର ବ୍ୟବସ୍ଥା କରାଯାଇଛି।

publive-image