ବଡ଼ବିଲ : ସମ୍ବାଦ ସାହିତ୍ୟ ଘର ବଡ଼ବିଲ ଶାଖା ପକ୍ଷରୁ ଖୁବ ଧୁମଧାମରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି। ସାହିତ୍ୟ ଘରର ସଭାପତି ପ୍ରତାପ କିଶୋର ଦାସଙ୍କ ଅଗଣାରେ ଏହି ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ସମାଜସେବୀ ପଦ୍ମଶ୍ରୀ ଡ. ତୁଳସୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ତୁଳସୀ ଅପାଙ୍କ ସହ ସହିତ୍ୟଘରର ଉପଦେଷ୍ଟା ଓ କର୍ମକର୍ତ୍ତା ପ୍ରମୁଖ ପଖାଳ ଦିବସ ପାଳନର ମହତ୍ୱ ବିଷୟରେ ବିସ୍ତୃତ ବ୍ୟାଖ୍ୟା କରିଥିଲେ। ନିମନ୍ତ୍ରିତ ସମସ୍ତ ଅତିଥିଙ୍କୁ ଫୁଲ, ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା। ୫ ରକମର ଆମିଷ ଓ ୨୦ ରୁ ଅଧିକ ରକମର ସାଦା ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ସମସ୍ତଙ୍କୁ ଆସନରେ ବସାଇ କାଠ ପିଢ଼ାରେ ବ୍ୟଞ୍ଜନ ପରସା ଯାଇଥିଲା। ସବୁ ସମ୍ପ୍ରଦାୟର ଲୋକେ ସୁସ୍ଵାଦ ବ୍ୟଞ୍ଜନ ଖାଇଥିଲେ।
ସମ୍ବାଦ ସହିତ୍ୟଘରର ସମସ୍ତ ସଦସ୍ୟ ସଦସ୍ୟା ସମ୍ବଲପୁରୀ ପୋଷାକ ପରିଧାନ କରିଥିଲେ। ଘରର ଉପଦେଷ୍ଟା ରାଜକିଶୋର ଦାଶ, ବ୍ରଜକିଶୋର ପଣ୍ଡା, ରବିନାରାୟଣ ଦାସ, ବଳରାମ ମହାନ୍ତି, ଅକ୍ଷୟ କୁମାର ବିଶ୍ବାଳ, ସଭାପତି ପ୍ରତାପ କିଶୋର ଦାସ, ଉପସଭାପତି ସଞ୍ଜୟ ନାଏକ, ସୂର୍ଯ୍ୟକାନ୍ତ ଦାଶ, ସମ୍ପାଦକ କୈଳାଶ ସହାଣୀ, ସହସମ୍ପାଦକ ଅଶୋକ ପ୍ରଜାପତି, ରାମ କର୍ମକାର, କୋଷାଧ୍ୟକ୍ଷ ବିଶ୍ୱଜିତ ମହାନ୍ତ, ଆବାହକ ସୁବୋଧ ଦାସ, ସଦସ୍ୟ ପ୍ରତାପ ମହାରଣା, ନିତ୍ୟାନନ୍ଦ ସର୍ଦ୍ଦାର, ଅଂଶୁମାନ ପ୍ରଧାନ, ମଧୁସୂଦନ ସାହୁ, ଚିତ୍ତରଞ୍ଜନ କର, ଆଶୁତୋଷ ମିଶ୍ର, ବସନ୍ତ ପରିଡା, ଦୁଖବନ୍ଧୁ ମିଶ୍ର, କମଲ ଶର୍ମା, ରାଜେନ୍ଦ୍ର ଦାସ, ଧରଣୀଧର ମହାନ୍ତ, ମକରର୍ଧ୍ୱଜ ବାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ନୀଳାଦ୍ରି ଅନୁଷ୍ଠାନ ପକ୍ଷରୁ ମଧ୍ୟ ପଖାଳ ଦିବସ ଖୁବ୍ ଆଡମ୍ବରରେ ପାଳନ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟଟ୍ରଷ୍ଟି ରାଜକିଶୋର ଦାସ, ଟ୍ରଷ୍ଟି ରମେଶ ମିଶ୍ର, ପ୍ରମୋଦାନନ୍ଦ କର, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ସଭାପତି ଶାନ୍ତନୁ ଦାଶ, ଉପସଭାପତି ଚିତ୍ତରଞ୍ଜନ କର, ସମ୍ପାଦକ କପିଳ ପ୍ରସାଦ ମହାନ୍ତି ଓ କୋଷାଧ୍ୟକ୍ଷ କବୀନ୍ଦ୍ର କୁମାର ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ହରିଚନ୍ଦନପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ପଖାଳ ଦିବସ
ହରିଚନ୍ଦନପୁର : ହରିଚନ୍ଦନପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ସୋମବାର ଦିନ ବାଳିକା ହାଇସ୍କୁଲ ପରିସରରେ ବିଶ୍ୱ ପଖାଳ ଦିବସ ପାଳନ କରାଯାଇଛି। ରୋଟାରିଆନ ବସନ୍ତ କୁମାର ପୃଷ୍ଟି ମୁଖ୍ୟଅତିଥି ଭାବେ ଯୋଗଦେଇ ସାହିତ୍ୟଘର ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଦେଇଥିଲେ। ପରେ ସମସ୍ତ ସଦସ୍ୟଙ୍କୁ ଦହିପଖାଳ ସାଙ୍ଗକୁ ସୁସ୍ବାଦୁ ବ୍ୟଞ୍ଜନରେ ଆପ୍ୟାୟିତ କରାଯାଇଥିଲା। ସାହିତ୍ୟଘର ସଭାପତି ଡ. କଳ୍ପନା ମହାନ୍ତି, ସମ୍ପାଦକ ଅକ୍ଷୟ କୁମାର ପଲେଇ, ଉପଦେଷ୍ଟା କିଶୋର ଚନ୍ଦ୍ର ମିଶ୍ର, ରଘୁନାଥ ମହାରଣା, ସଦସ୍ୟ କୃଷ୍ଣଚନ୍ଦ୍ର ମହାନ୍ତି, ସୁଜାତା ଗୁପ୍ତା, ରୀନାରାଣୀ ସାହୁ, ମନୋରମା ସାହୁ, କେଦାରନାଥ ଦାଶ, ଜ୍ଞାନେନ୍ଦ୍ର କୁମାର ଦାସ, ଭାସ୍କର ଚନ୍ଦ୍ର ମହାନ୍ତ, ସୁଶାନ୍ତ କୁମାର ସେଠୀ, ମଧୁସ୍ମିତା କୁଅଁର, ସାହିତ୍ୟଘର ସଂଯୋଜକ ଶ୍ରୀନିବାସ ପାଇକରାୟଙ୍କ ସମେତ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ।