ରସୁଲପୁର : ରସୁଲପୁର ସମ୍ବାଦ ସାହିତ୍ୟଘର ପକ୍ଷରୁ ସୋମବାର ଦିନ ପ୍ରଥମାଖଣ୍ତଠାରେ ବିଶ୍ବ ପଖାଳ ଦିବସ ପାଳିତ ହୋଇଛି। ପତ୍ରିକା ସଂପାଦକ ସନ୍ତୋଷ କୁମାର ପାଢ଼ୀଙ୍କ ବାସଭବନରେ ସାହିତ୍ୟଘର ସଭାପତି କୈଳାସ ଚନ୍ଦ୍ର ନାୟକ, ସଂପାଦକ ପ୍ରତାପରୁଦ୍ର ପଣ୍ତା, ଉପଦେଷ୍ଟା ଡ. ରୁଦ୍ର ନାରାୟଣ ପୃଷ୍ଟି, ସଂଯୋଜକ ଅମୂଲ୍ୟ କୁମାର ବରାଳଙ୍କ ସମେତ ବହୁ ସଦସ୍ୟ ପଖାଳ ଖାଇବାର ମଜା ନେଇଥିଲେ। ପରେ ଶ୍ରୀ ନାୟକଙ୍କ ସଭାପତିତ୍ବରେ ସାଂଗଠନିକ ଆଲୋଚନା ଓ ପଖାଳ ଦିବସ ଉପରେ ସ୍ବତନ୍ତ୍ର କବିତା ପାଠୋତ୍ସବ ହୋଇଥିଲା। କବି ସନାତନ ଗୁଇଁ, ଅଭୟ କୁମାର ତ୍ରିପାଠୀ, ସୁରେନ୍ଦ୍ର ବେହେରା, ରମାକାନ୍ତ ସ୍ବାଇଁ, ସନ୍ତୋଷ କୁମାର ପାଢ଼ୀ କବିତା ପାଠ କରିଥିଲେ। ନୂତନ ଭାବରେ ଯୋଗ ଦେଇଥିବା ସଦସ୍ୟ ଜୟୀରାମ ଚାନ୍ଦ ଭଜନକୀର୍ତ୍ତନ କରିଥିଲେ। ପ୍ରଦୀପ କୁମାର ସାମଲ, କୈଳାସ ଚନ୍ଦ୍ର ମଲିକ, ନରୋତ୍ତମ ସାହୁ, ରବୀନ୍ଦ୍ର କୁମାର ମିଶ୍ର, ମାମାଲି ଦାସ, ଲୋପାମୁଦ୍ରା ଦାସ, ରଶ୍ମିରେଖା ଦାସ, ଶୈଳବାଳା ମିଶ୍ର, ଧ୍ରୁବ ଚରଣ ପାଢ଼ୀ, ଧୀରେନ୍ଦ୍ର କୁମାର ଦାସ ଏଥିରେ ସାମିଲ ହୋଇଥିଲେ। ଶେଷରେ ସନ୍ତୋଷ ପାଢ଼ୀ ଧନ୍ୟବାଦ ଦେଇଥିଲେ।

Advertisment

publive-image

ଦାନଗଦୀ ସମ୍ବାଦ ସାହିତ୍ୟଘରର ପଖାଳ ଦିବସ
ଦାନଗଦୀ : ସୋମବାର ଦିନ ଦାନଗଦୀ ବ୍ଲକ୍‌ ସମ୍ବାଦ ସାହିତ୍ୟଘର ପକ୍ଷରୁ ଦାନଗଦୀସ୍ଥିତ ବୁଦ୍ଧରାଜ ବିଦ୍ୟାପୀଠ ପରିସରରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି। ଦାନଗଦୀ ସମ୍ବାଦ ସାହିତ୍ୟଘର ସଂଯୋଜକ ପ୍ରଦୀପ କୁମାର ଜେନା ଓ ଉପସଭାପତି ମିନାରାଣୀ ସ୍ୱାଇଁଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ସମ୍ପାଦିକା ଯୁଗପ୍ରଭା ସାବତ, କୋଷାଧ୍ୟକ୍ଷ ଗଣନାଥ ମହାରଣା, ରାଜେଶ ନାୟକ, ମୁନୀୟ ମହାପାତ୍ର, ସୁନିତା ଭଞ୍ଜଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟର କେତେକ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ଓଡ଼ିଆ ଘରର ପର୍ବପର୍ବାଣି ସମ୍ପର୍କରେ ଆଲୋଚନା କରାଯାଇଥିଲା।